Sunday, April 12, 2026
25.3 C
Odisha

    ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର

    ଆଗକୁ ପଢନ୍ତୁ

    ଯାଜପୁର   :  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର ହୋଇଛନ୍ତି।

    ସୂଚନା ମୁତାବକ, କଟକରୁ ରୋଗୀକୁ ଛାଡି ଆମ୍ବୁଲାନ୍ସଟି ଯାଜପୁର ଦଶରଥପୁର ଅଭିମୁଖେ ଫେରୁଥିବା ସମୟରେ ବିଳମ୍ବିତ ରାତିରେ ରଥିଆ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଗାଡ଼ିରେ ଡ୍ରାଇଭର କୈଳାସ ପଣ୍ଡା, ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକ ଏବଂ ଫାର୍ମାସିଷ୍ଟ ତାପସ ପାତ୍ର ଫେରୁଥିଲେ। ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି। ଧର୍ମଶାଳା ପୋଲିସ ଘଟଣା ତଦନ୍ତ କରୁଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆମ୍ବୁଲାନ୍ସଟି କୌଣସି ଗାଡ଼ି ପଛ ପଟରେ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଅନେକ ସମୟରେ ଗାଡ଼ି ଗୁଡିକ ବେଆଇନ ଭାବେ ରାସ୍ତାକଡ଼ରେ ପାର୍କିଂ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଆକ୍ସନ ବଦଳରେ କେବଳ ଦେଖଣାହାରି ସାଜିଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ