Friday, September 18, 2026
29.7 C
Odisha

    ଆର୍ଥିକ ବର୍ଷରେ ରେଳ ସୁରକ୍ଷା ପାଇଁ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଜନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ ୨୦୨୫-୨୬ରେ ରେଳ କ୍ଷେତ୍ରର ବିକାଶ ପାଇଁ ୨.୫୨ ଲକ୍ଷ କୋଟି ବଜେଟ ଅନୁଦାନ ମିଳିଛି ବୋଲି ରେଳ, ସୂଚନା ଓ ପ୍ରସାରଣ, ଇକୋଲଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏଥିସହ ୪.୬୦ ଲକ୍ଷ କୋଟି ରାଶିର ନୂତନ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି। ଦେଶରେ ରେଳ ଭିତ୍ତିଭୂମି ନିର୍ମାଣ ପାଇଁ ଏଭଳି ଅନୁଦାନ ସମୟର ଆବଶ୍ୟକତା ଥିଲା। ବହୁ ଅଞ୍ଚଳରେ ଦୋହରୀକରଣ, ତୃତୀୟ ଲାଇନ ଓ ଚତୁର୍ଥ ଲାଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏବେ ରେଳ ନେଟୱାର୍କକୁ ବିସ୍ତାର, ନୂତନ ଟ୍ରେନ ଚଳାଚଳ ସହ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି।ରେଳ ମନ୍ତ୍ରାଣଳୟକୁ ବଜେଟ ଅନୁଦାନ ମିଳିବା ପରେ ୧ଶହଟି ନୂତନ ଅମୃତ ଭାରତ ଟ୍ରେନ, ୫୦ଟି ନମୋ ଭାରତ ଟ୍ରେନ ଏବଂ ୨ଶହଟି ବନ୍ଦେ ଭାରତ ସ୍ଲିପର କ୍ଲାସ ଏବଂ ଚେୟାର କାର ଶ୍ରେଣୀର ଟ୍ରେନ ନିର୍ମାଣ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ରେଳ ସୁରକ୍ଷା ପାଇଁ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଜନା ରହିଛି। ଏଥିଯୋଗୁଁଁ ଯାତ୍ରୀ ସୁରକ୍ଷା ଅଧିକ ବଢ଼଼ିବା ସହ ଆମୋଦଦାୟକ ଯାତ୍ରା ସମ୍ଭବ ହୋଇପାରିବ। ରେଳ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କୃତଜ୍ଞତା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ