Sunday, March 23, 2025
28.2 C
Odisha

    ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ସହ ଖରା। ତେବେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସୁଛି ବଡ଼ ବର୍ଷା। ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡି଼ଶା ଓ ମୟୁରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୦ ରେ ଉତ୍ତର ଉପକୂଳ ଓଡି଼ଶା ଓ ମୟୁରଭଞ୍ଜ ସମେତ କେନ୍ଦୁଝର ଓ ଢେଙ୍କାନାଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।ଆସନ୍ତା ୩ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ବିଭାଗ। ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

    ଗତକାଲି ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୪.୭ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଖୋର୍ଦ୍ଧାରେ ୩୪.୫, ଝାରସୁଗୁଡାରେ ୩୪.୨, ବୌଦ୍ଧରେ ୩୩.୫, ଭବାନୀପାଟଣା ଓ ନୟାଗଡରେ ୩୩ ଡିଗ୍ରୀ ସେଲିସୟସ୍ ରେକର୍ଡ଼ କରାଯାଇଛି। ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.2 ° C
    28.2 °
    28.2 °
    52 %
    1.6kmh
    21 %
    Sun
    32 °
    Mon
    35 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ