Saturday, July 25, 2026
26.2 C
Odisha

    ଶ୍ରୀମନ୍ଦିରରେ ଛୁଟିଛି ଭକ୍ତଙ୍କ ଗହଳି, ଗରମ ଗୁଳିଗୁଳିରେ ମହିଳା ବେହୋସ୍

    ଆଗକୁ ପଢନ୍ତୁ

    ପୁରୀ: ପ୍ରବଳ ଗ୍ରୀଷ୍ମପ୍ରବାହରେ କଲବଲ ଭକ୍ତ l ପୁରୀ ଶ୍ରୀମନ୍ଦିରରେ ଭିଡ଼ ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଅଣନିଶ୍ବାସୀ ହୋଇପଡୁଛନ୍ତି । ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଦ୍ବାର ଫିଟା ହେବା ପୂର୍ବରୁ ଦର୍ଶନ ପାଇଁ ବାରିକେଡ ଭିତରେ ବସିଥିଲେ ଶ୍ରଦ୍ଧାଳୁ । ଏପରିକି ମୁଣ୍ଡ ବୁଲାଇ ଜଣେ ମହିଳା ବେହୋସ ମଧ୍ୟ ହୋଇ ପଡିଥିଲେ। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଚିକିତ୍ସା ପରେ ମହିଳା ଜଣଙ୍କ ସୁସ୍ଥ ହୋଇଥିଲେ ।

    ଅନ୍ୟପଟେ, ଜଳୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ ଅସହ୍ୟ ଗୁଳୁଗୁଳି । ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୦.୮, ହୀରାକୁଦରେ ୪୦.୪ ରହିଛି ତାପମାତ୍ରା । ଭୁବନେଶ୍ବରରେ ପାରଦ ୩୬.୪ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ଜୀବନ । ଏଭଳି ସ୍ଥିତି ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ। ୨୭ ପରେ ଏହି ସ୍ଥିତିରେ ବ୍ରେକ ଲାଗିବା ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.2 ° C
    26.2 °
    26.2 °
    87 %
    3.5kmh
    90 %
    Sat
    26 °
    Sun
    29 °
    Mon
    24 °
    Tue
    24 °
    Wed
    24 °

    ସମ୍ବନ୍ଧିତ