Monday, March 9, 2026
31.7 C
Odisha

    ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : ଭାରତର ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୩.୫ ରହିଛି । ଆଜି ସକାଳ ପ୍ରାୟ ୭ଟା ୨୫ ମିନିଟ୍ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

    ସୂଚନାନୁଯାୟୀ, ଭାରତ ସମେତ ବିଭିନ୍ନ ଦେଶରେ ଭୂକମ୍ପର ଝଟକା ଅନୁଭୂତ ହେଉଛି । ମିଆଁମାର, ତୁର୍କୀ ଏବଂ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ ଭାରତର ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି । ଉତ୍ତରାଖଣ୍ଡର ବାଗେଶ୍ବର ଜିଲ୍ଲାରେ ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ କରାଯାଇଥିଲା । ଯାହାର ତୀବ୍ରତା ୩.୫ ଥିଲାବେଳେ ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । କିନ୍ତୁ କୌଣସି କ୍ଷୟକ୍ଷତି ଘଟିନାହିଁ ।

    ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହା ପୂର୍ବରୁ ପ୍ରଥମେ ସୋମବାର ଦିନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଲାଗିଥିଲା । ସନ୍ଧ୍ୟା ୬ ଟା ୨୫ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪ ରହିଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ୯୦ କିଲୋମିଟର ଗଭୀରତାରେ ଥିଲା । ଏହା ବ୍ୟତୀତ ଆଫଗାନିସ୍ତାନରେ ମଧ୍ୟ ସୋମବାର ଦିନ ସକାଳ ୮ଟା ୪୮ ମିନିଟ୍ ସମୟରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ