Friday, May 1, 2026
37.5 C
Odisha

    ଉରି ସୀମାରେ ପାକିସ୍ତାନର ଗୁଳିମାଡ଼

    ଆଗକୁ ପଢନ୍ତୁ

    ଶ୍ରୀନଗର : ଉରି ସୀମାରେ ପୁଣି ଗୁଳିବର୍ଷଣ । ଅନବରତ ଭାବେ ପାକିସ୍ତାନ ପଟୁ ଗୁଳି ବର୍ଷଣ ଜାରି ରହିଛି । ୩ ସେନାମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରଛନ୍ତି । ବୈଠକରେ ଏଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଉକ୍ତ ବୈଠକ ପରେ ଏକ ବଡ଼ ଯୁଦ୍ଧ ସଙ୍କେତ ମିଳିପାରେ ବୋଲି କୁହାଯାଉଛି ।ଭାରତର ପାକିସ୍ତାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଆଜି ‘ଅପରେସନ ସିନ୍ଦୂର’ ଉପରେ ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି ଯେ, ପାକିସ୍ତାନ ଅନେକ ଥର ଭାରତୀୟ ବାୟୁସୀମା ଉଲ୍ଲଂଘନ କରିଛି। ଏହାର ଉଦ୍ଦେଶ୍ୟ ଥିଲା ଭାରତର ପ୍ରତିରକ୍ଷା ପ୍ରଣାଳୀ ଏବଂ ସୂଚନା ସଂଗ୍ରହ କରିବା। ସୋଫିଆ କହିଛନ୍ତି, ପାକିସ୍ତାନ ପଶ୍ଚିମ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଛି। ପାକିସ୍ତାନୀ ସେନା ମଧ୍ୟ ନିୟନ୍ତ୍ରଣ ରେଖା ଉପରେ ପ୍ରବଳ ଗୁଳିଚାଳନା କରିଛି।

    ସୋଫିଆ କହିଛନ୍ତି, ଭାରତର ଆକ୍ରମଣରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ଏହାର ବେସାମରିକ ବିମାନଗୁଡ଼ିକୁ ଢାଲ ଭାବରେ ବ୍ୟବହାର କରୁଛି। କିନ୍ତୁ ଭାରତୀୟ ବାୟୁସେନା ସଂଯମତା ପ୍ରଦର୍ଶନ କରିଛି। ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରର ତଙ୍ଗଧର, ଉରି, ପୁଞ୍ଚ, ମେନ୍ଧାର, ରାଜୌରୀ, ଅଖନୁର ଏବଂ ଉଧମପୁରରେ ଭାରୀ କ୍ୟାଲିବର ଆର୍ଟିଲାରୀ ବନ୍ଧୁକ ଏବଂ ସଶସ୍ତ୍ର ଡ୍ରୋନ ବ୍ୟବହାର କରି ନିୟନ୍ତ୍ରଣ ରେଖା ପାର କରି ଗୁଳିଚାଳନା କରିଛି। ପାକିସ୍ତାନ ତୁର୍କୀ ଡ୍ରୋନ ବ୍ୟବହାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    21 %
    0.3kmh
    60 %
    Fri
    37 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ