Monday, October 5, 2026
24.7 C
Odisha

    ଏକାମ୍ର ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗିଛି ବିଜେପିର ଶକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୯/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ପ୍ରତି ଦିନ ନିର୍ବାଚନ ମଣ୍ଡଳୀରେ ମାରାଥନ ପଦଯାତ୍ରା ଓ ସମାବେଶ କରି ଲୋକଙ୍କ ନିକଟକୁ ଯାଉଛନ୍ତି। ସକାଳୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପାର୍କ ଓ ଚା ଖଟି, ପଦଯାତ୍ରା ମାଧ୍ୟମରେ ଲୋକଙ୍କ ସହ ମିଶୁଛନ୍ତି। ଆଜି ପୋଖିରିପୁଟ, ନାଗେଶ୍ଵରଟାଙ୍ଗୀ,ୟୁନିଟ-୮, ଶିରିପୁର, ଜାଗମରା ଅଞ୍ଚଳରେ ରେ ମାରାଥନ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତିଈବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ, ଏଥର ଏକାମ୍ର ରେ ପରିବର୍ତ୍ତନ ର ଆବଶ୍ୟକତା ରହିଛି। ଦୁର୍ନୀତି ଭ୍ରଷ୍ଟାଚାର ପୂର୍ଣ୍ଣ ବିଜେଡ଼ି ଦଳକୁ ଏଥର ଲୋକେ ଗ୍ରହଣ କରିବେ ନାହିଁ।ଏକାମ୍ର ନିର୍ବାଚନ ମଣ୍ଡଳୀର ଅସ୍ମିତା ପାଇଁ ସ୍ୱାଭିମାନ ପାଇଁ ଲଢ଼େଇ ହେବ ଏଥର।ବିଶ୍ୱାସ ଅଛି ଏଥର ଏକାମ୍ର ରେ ବିଜେପି ବିପୁଳ ଭୋଟ ରେ ବିଜୟ ଲାଭ କରିବ ବୋଲି ବାବୁ ସିଂ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ