Sunday, September 27, 2026
29.2 C
Odisha

    ଏଣିକି ସବୁ ଜିଲା ବୁଲିବେ ସଚିବ

    ଆଗକୁ ପଢନ୍ତୁ

    ଏଣିକି ସବୁ ଜିଲା ବୁଲିବେ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ। ଦିନକୁ ଅତିକମ୍‌ରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିବେ। ଏଥିସହିତ ଅଙ୍ଗନଓ୍ବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ବିଦ୍ୟାଳୟର ଛାତ୍ରୀ ନିବାସ ଯାଇ ବାଳିକାମାନଙ୍କ ସହ କଥା ହୋଇ ସେମାନଙ୍କର ମତାମତ ନେବେ। ୮ଟି ଡିଏମ୍‌ଏଫ୍‌ ଜିଲା ଗସ୍ତ କରି ସେଠାରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ସରିବା ପରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଜିଲାପାଳ ଓ ସବୁ ଜିଲା ଅଧିକାରୀଙ୍କ ସହ ଅତିକମ୍‌ରେ ଦିନର ଅଧା ଆଲୋଚନା କରିବେ। ଜିଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ ଓ ମେଡିକାଲ କଲେଜ, ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରିବା ସହ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପ୍ରକଳ୍ପଗୁଡ଼ିକର ବି ସମୀକ୍ଷା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ