Sunday, September 27, 2026
27.3 C
Odisha

    ପ୍ରଶାସନର ନିଜସ୍ୱ ଅର୍ଥରେ ଶ୍ରୀମନ୍ଦିରରେ ହେବ ନୂଆ ସୁନାବେଶ ସେଟ

    ଆଗକୁ ପଢନ୍ତୁ

    ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ନୀତି ନିର୍ଦ୍ଧାରଣ ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କ ପାଇଁ ଆଉ ଏକ ନୂଆ ସୁନାବେଶ ଅଳଙ୍କାର ସେଟ୍ ନିର୍ମାଣକୁ ଅନୁମୋଦନ ମିଳିଛି । ନୂଆ ସୁନାବେଶ ସେଟ୍ ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ପ୍ରସ୍ତୁତ କରିବ । ତେବେ ଇଚ୍ଛୁକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱଇଚ୍ଛାରେ ଦାନ ଦେଇପାରିବେ । ରତ୍ନଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ହୋଇଥିବା ଭିଡିଓ, ଫଟୋ ଓ ଡିଜିଟାଲ ଡକ୍ୟୁମେଣ୍ଟେସନକୁ ଆଧାର କରି ନୂଆ ଅଳଙ୍କାର ପ୍ରସ୍ତୁତ କରାଯିବ । ଏଥିରେ ସୁରକ୍ଷା ବ୍ୟବସ୍ଥା ସହ ବୈଷୟିକ ଆକଳନ, ପାରମ୍ପରିକ ଆକୃତି, ଓଜନ ଓ ଧାର୍ମିକ ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯିବ । ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ଏହାର ଅନୁଧ୍ୟାନ କରିବେ। ଏଥିପାଇଁ ଏକ ଟେକ୍ନିକାଲ କମିଟି ଗଠନ କରାଯିବ। ଅନୁଭବୀ ସଂସ୍ଥାକୁ ଅଳଙ୍କାର ନିର୍ମାଣ ଦାୟିତ୍ୱ ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ