Tuesday, May 26, 2026
29.9 C
Odisha

    ଏଣିକି ସମ୍ପତ୍ତିି ତାଲିକା ଦେବେ ସୁପ୍ରିମକୋର୍ଟ ବିଚାରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ସବୁ ବିଚାରପତି ଏଣିକି ନିଜ ସମ୍ପତ୍ତିର ତାଲିକା ଦେବେ ବୋଲି ଜଣାପଡିଛି। ଏପ୍ରିଲ ପହିଲାରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁପ୍ରିମକୋର୍ଟର ସମସ୍ତ ୩୩ ବିଚାରପତି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ଜଣାପଡିଛି। ବିଚାରପତିଙ୍କ ସମ୍ପତ୍ତି ତାଲିକା ସୁପ୍ରିମକୋର୍ଟ ୱେବସାଇଟରେ ଅପ୍‌ଲୋଡ କରାଯିବ। ପ୍ରଚଳିତ ନିୟମ ଅନୁଯାୟୀ ବର୍ତ୍ତମାନ ବିଚାରପତିମାନେ ସେମାନଙ୍କର ସମ୍ପତ୍ତି ତାଲିକା କେବଳ ପ୍ରଧାନ ବିଚାରପତିଙ୍କୁ ପ୍ରଦାନ କରୁଛନ୍ତି। ଅବଶ୍ୟ ଏ ସମ୍ପର୍କିତ ସୂଚନାକୁ ନିୟମିତ ଭାବେ ଅପ୍‌ଡେଟ କରାଯାଉ ନାହିଁ। ତେବେ ବ୍ୟବସ୍ଥାରେ ସଂଶୋଧନ କରାଯିବା ପରେ ବର୍ତ୍ତମାନ ବିଚାରପତିଙ୍କ ସମ୍ପତ୍ତି ତାଲିକା ସମ୍ପର୍କରେ ଜନସାଧାରଣ ବିସ୍ତୃତ ସୂଚନା ପାଇପାରିବେ ଏବଂ ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଗତମାସରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିତର୍କର ସୂତ୍ରପାତ ହୋଇଥିଲା। ସୁପ୍ରିମକୋର୍ଟ କଲେଜିୟମ ତୁରନ୍ତ ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିବାବେଳେ ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ତିନିଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି। ତଦନ୍ତ ଶେଷ ପର୍ଯ୍ୟନ୍ତ ଜଷ୍ଟିସ ବର୍ମାଙ୍କୁ ସମସ୍ତ ପ୍ରକାର ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    47 %
    1.6kmh
    50 %
    Mon
    30 °
    Tue
    45 °
    Wed
    45 °
    Thu
    46 °
    Fri
    45 °

    ସମ୍ବନ୍ଧିତ