Tuesday, May 12, 2026
38.8 C
Odisha

    ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ,.୩୦୩ ରାଇଫଲ୍ ଉଦ୍ଧାର

    ଆଗକୁ ପଢନ୍ତୁ

    ରାୟପୁର : ଛତିଶଗଡ଼ର ବିଜାପୁର ଜିଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ର ଏକ ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଏବଂ ଏକ .୩୦୩ ରାଇଫଲ୍ ଉଦ୍ଧାର କରାଯାଇଛି।

    ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ କରରେଗୁଟ୍ଟା ପାହାଡ଼ରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏକ ବିଶାଳ ନକ୍ସଲ ବିରୋଧୀ ଅଭିଯାନ ଚଳାଇ ଆସୁଛି। ଏଠାରେ ଗୁଳି ବିନିମୟ ସମୟରେ ଜଣେ ମହିଳା ନକ୍ସଲ ନିହତ ହୋଇଛନ୍ତି ବୋଲି ବସ୍ତର ରେଞ୍ଜର ପୁଲିସ ମହାନିରୀକ୍ଷକ ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ