Thursday, April 30, 2026
29.3 C
Odisha

    ଏପ୍ରିଲ ୯ରେ ଚତୁର୍ଥ ପର୍ଯ୍ୟାୟ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ଯମରେ ବିକ୍ରି ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଆସନ୍ତା ଏପ୍ରିଲ ୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ଯମରେ ବିକ୍ରି ହେବ। ଓଡ଼ିଶା ସରକାରଙ୍କ ସୁପାରିଶ କ୍ରମେ, ଭାରତ ସରକାରଙ୍କର ବାଣିଜ୍ୟ ଓ ଶିଳ୍ପ ବିଭାଗ ତରଫରୁ ଡିଜିଏଫଟି, ପ୍ରାରମ୍ଭିକ ପର୍ଯ୍ୟାୟରେ ୮୧୦.୧୮୯୪ ମେଟ୍ରିକ ଟନ ଉପରୁ ରପ୍ତାନି କଟକଣାକୁ କୋହଳ କରିଛନ୍ତି ଓ ସେଗୁଡ଼ିକୁ ୨୦୨୫ ସେପ୍ଟେମ୍ବର ୬ ତାରିଖ ମଧ୍ଯରେ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ, ବନ ଉନ୍ନୟନ ନିଗମ ୮୦୯.୭୮୪୪ ମେଟ୍ରିକ ଟନ ରକ୍ତ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ଯମରେ ବିକ୍ରି କରିବାପାଇଁ ପଦକ୍ଷେପ ନେଇଛି । ଏହା ଭିତରେ ୩ଟି ପର୍ଯ୍ୟାୟରେ ବିକ୍ରୟ ହୋଇ ସାରିଛି ଓ ସମୁଦାୟ ୩୮.୭୦୮୨ ମେଟ୍ରିକ ଟନ ମଞ୍ଜ କାଠକୁ ୧୩,୭୦,୦୭,୨୭୯ ଟଙ୍କା ମୁଲ୍ୟରେ ବିକ୍ରି କରାଯାଇଛି। ଏହି ସବୁ କାଠଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ହାରାହାରି ୧, ୩୩, ୨୧,୨୧୧ ଟଙ୍କା ଖର୍ଚ୍ଚ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.3 ° C
    29.3 °
    29.3 °
    35 %
    1.8kmh
    35 %
    Thu
    43 °
    Fri
    41 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ