Tuesday, September 1, 2026
27.9 C
Odisha

    ଚନ୍ଦନ ଯାତ୍ରା ଦେଖିବାକୁ ଯିବା ପଡିଲା ମହଙ୍ଗା, ଲୁଟିନେଲେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର

    ଆଗକୁ ପଢନ୍ତୁ

    ଉଦଳା : ଡାକ୍ତରଙ୍କ ଘରକୁ ଟାର୍ଗେଟ କରିଲେ ଲୁଟେରା । ଲୁଟିନେଲେ ଘରୁ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଦେଢ଼ଲକ୍ଷ ଟଙ୍କା । ଖୁଣ୍ଟାଥାନା ସାଇଁକୁଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚନ୍ଦନ ଯାତ୍ରା ଦେଖିବାକୁ ଯିବା ପଡିଲା ମହଙ୍ଗା । ବାଲେଶ୍ୱରରେ ଡାକ୍ତର ଥିବା ଅଭିନ୍ନ କୁମାର ସାହୁଙ୍କ ପରିବାର ଲୋକେ ଗତକାଲି ଚନ୍ଦନ ଦେଖିବା ନିମନ୍ତେ ବାଲେଶ୍ୱର ଯାଇଥିଲେ । ଘରେ ପରିବାର ଲୋକଙ୍କ ଅନୁପସ୍ଥିତି ଜାଣି ଲୁଟେରା ମାନେ ବିଳମ୍ବିତ ରାତିରେ ପଶି ଗଡ଼ରେଜ ଭାଙ୍ଗି ସେଥିରେ ଥିବା ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଦେଢ଼ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଛନ୍ତି ।

    ଆଜି ମଧ୍ୟାହ୍ନରେ ଜନଗଣନା ନିମନ୍ତେ ଅଧିକାରୀ ଆସିଥିବା ବେଳେ ଘର ମୁଖ୍ୟ ଫାଟକରେ ତାଲା ଏବଂ ଭିତର କବାଟ ଖୋଲାଥିବା ଦେଖି ପଡୋଶୀଙ୍କୁ ପଚାରିଥିଲେ । ଯାହାପରେ ପଡୋଶୀଙ୍କର ସନ୍ଦେହ ହେବାରୁ ସେମାନେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରିବାର ଲୋକେ ଆସି ପହଞ୍ଚିବା ପରେ ଘରୁ ଲୁଟ ହୋଇଥିବା ଜାଣି ପାରି ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    78 %
    4.5kmh
    96 %
    Tue
    28 °
    Wed
    29 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ