Monday, October 12, 2026
21.2 C
Odisha

    ୧୫ଟି ବାଇକ ଚୋରୀ ଘଟଣା: ୩ ଗିରଫ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଢେଙ୍କାନାଳ ଟାଉନଥାନା ପୋଲିସ ଦ୍ୱାରା ୩ଜଣ ବାଇକ ଚୋର ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧୫ଟି ବାଇକ ଜବତ କରାଯାଇଛି । ବାଇକ ଚୋରୀ ଘଟଣାରେ ଜଣେ ଦେବାଶିଷ ଶୁକ୍ଳା ଏବଂ ଅନ୍ୟ ୨ଜଣ ଚୋରା ବାଇକ ରିସିଭର ମାନସ ବିହାରୀ ଓ ପ୍ରଫୁଲ ସାହୁକୁ ପୋଲିସ ଗିରଫ କରିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ କେସେରିଆ ଅଞ୍ଚଳର ଦେବାଶିଷ ଶୁକ୍ଳା ବିଭିର୍ଣ୍ଣ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ ଚୋରୀ କରିଥାଏ ।

    ସେହି ବାଇକ ଗୁଡିକୁ ଭୁବନ ଅଞ୍ଚଳର ମାନସ ବିହାରୀ ଓ ପ୍ରଫୁଲ ସାହୁକୁ ବିକ୍ରି କରିଥିଲେ । କୌଣସି ଘଟଣାରେ ବାଇକ ଚୋର ଦେବାଶିଷକୁ ପୋଲିସ ଗିରଫ କରିବା ପରେ ୨ ରିସିଭରକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସମୁଦାୟ ୧୫ଟି ବାଇକ ଜବତ ହୋଇଥିବା ବେଳେ ଦେବାଶିଷ ଠାରୁ ୩ଟି, ପ୍ରଫୁଲ ଏବଂ ମାନସ ଠାରୁ ୬ଟି ଲେଖାଏଁ ବାଇକ ଜବତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ