Thursday, March 5, 2026
35.6 C
Odisha

    ଏବେ ପିକ୍‌ନିକ୍‌ ସ୍ପଟ ଜଗିବେ ପୁଲିସ : ଡିଜିପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ପିକ୍‌ନିକ୍‌ ସ୍ପଟଗୁଡ଼ିକୁ ଜଗିବ ପୁଲିସ। ପର୍ଯ୍ୟଟନସ୍ଥଳ ଓ ପିକ୍‌ନିକ୍‌ ସ୍ପଟରେ ଅଘଟଣ ଘଟିବା ନଜିର ରହିଛି। ଏଥିପ୍ରତି ସଜାଗ ରହିବା ପାଇଁ ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ସବୁ ଏସ୍‌ପିଙ୍କ ସହିତ କଥା ହୋଇଛନ୍ତି। ପିକ୍‌ନିକ୍‌ ସ୍ପଟରେ ପୁଲିସ ଫୋର୍ସ ମୁତୟନ ରଖିବା ପାଇଁ ଡିଜିପି ଶ୍ରୀ ଖୁରାନିଆ ନିର୍ଦେଶ ଦେଇଛନ୍ତି। ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଜଗିବା ପାଇଁ କୁହାଯାଇଛି। ଯେକୌଣସି ଅଘଟଣକୁ ଏଡ଼ାଇବା ଲାଗି ପ୍ରସ୍ତୁତ ରହିବା ଲାଗି ଡିଜିପି ସମସ୍ତ ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି।ଜାନୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ପିକ୍‌ନିକ୍‌ ସ୍ପଟ, ପର୍ଯ୍ୟଟନସ୍ଥଳୀ ଉପରେ ନଜର ରଖିବା ଲାଗି ଡିଜିପି କହିଛନ୍ତି। ଆଗକୁ ଜିରୋ ନାଇଟ ରହିଛି। ନୂଆବର୍ଷ ଉତ୍ସବ ମନାଇବା ଲାଗି ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମିବ। ଏହି ସମୟରେ ଗଣ୍ଡଗୋଳ ଘଟିବା ନଜିର ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ନିଶାସକ୍ତ ଅବସ୍ଥାର ଗାଡ଼ି ଚାଳନା ବୃଦ୍ଧି ପାଇବ। ଏଭଳି ଅଘଟଣକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ପାଇଁ ଡିଜିପିଙ୍କ ନିର୍ଦେଶ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ