Monday, May 25, 2026
42.7 C
Odisha

    ଏମ୍ .ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏମ.ଏଲ.ଏ ଲ୍ୟାଡ଼ ୱେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ ।

    ଏହା ସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ। ପ୍ରକଳ୍ପର ସୁପାରିଶଠାରୁ କାର୍ଯ୍ୟାଦେଶ ମିଳିବା ପର୍ଯ୍ୟନ୍ତ ସମୟ ଅବଧି ୩୦ ଦିନ ରଖାଯାଇଛି ।

    ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇଥିଲା । ଏହି ପାଣ୍ଠି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୫ କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ଏହା ସହ CMA ର ସରଳୀକୃତ ଗାଇଡଲାଇନ ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.7 ° C
    42.7 °
    42.7 °
    13 %
    2.8kmh
    40 %
    Mon
    41 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ