Tuesday, March 3, 2026
19.4 C
Odisha

    ଏଯାବତ୍ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି। ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ। ତେବେ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଜାଣିରଖନ୍ତୁ? ଆଜି ୫ମ ପର୍ଯ୍ୟାୟରେ ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏହାସହ ବିଜେଡି ଏଯାଏଁ ୧୨୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେପି ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ କଂଗ୍ରେସ ୧୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଖୁବଶୀଘ୍ର ଅନ୍ଯ ଆସନ ପାଇଁ ବି ଦଳ ଗୁଡ଼ିକ ପ୍ରାର୍ଥୀ ଘୋଷଣା କରିବେ। ଆଜି ବିଜେଡି ୨ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି ରେଢାଖୋଲ ଆସନରେ ପୂର୍ବରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଏବେ ତାଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।

    ଆଜି ପ୍ରାର୍ଥୀ ଘୋଷଣାର ବିଶେଷ ଆକର୍ଷଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା। ପୂର୍ବରୁ ସେ ଗଞ୍ଜାନ ଜିଲ୍ଲାର ହିଞ୍ଜିଳି ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇସାରିଛି। ଫଳରେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବେ। ଆଜି ସୁଦ୍ଧା ବିଜେଡି ଆହୁରି ୨୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବାବେଳେ ବିଜେପି ଆଉ ୧୬ଟି ଆସନରେ ଏବଂ କଂଗ୍ରେସ ୩୫ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ପରେ ପରେ ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ଜୁନ ୪ ତାରିଖରେ ଫଳାପଳ ପ୍ରକାଶ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    33 %
    1.5kmh
    7 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ