Tuesday, December 10, 2024
19.6 C
Odisha

    ଓଟିପି ଆସିବାରେ ହେବ ବିଳମ୍ବ, ଏହି ସିମ୍‌ ରଖିଥିଲେ ଜାଣିନିଅନ୍ତୁ ବଡ଼ ନିୟମ

    ଆଗକୁ ପଢନ୍ତୁ

    ସାଧାରଣତଃ ମୋବାଇଲକୁ କେଇ ମିନିଟ ମଧ୍ୟରେ ଓଟିପି ଆସିଯାଏ । ଯାହା ଫଳରେ ଜଣେ ସାଧାରଣ ବ୍ୟକ୍ତି ସହଜରେ ନିଜ କାର୍ଯ୍ୟ କରିପାରେ । ମାତ୍ର ଏଣିକି ଓଟିପି ଆସିବାରେ ବିଳମ୍ବ ହେବ ବୋଲି ଜଣା ପଡିଛି । ଟ୍ରାଇର ନୂଆ ନିୟମ ଆସିବାକୁ ଯାଉଛି । ଡିସେମ୍ବର ୧ ରୁ ହେବ ବଡ଼ ପରିବର୍ତ୍ତନ। ଡିସେମ୍ବର ୧ରୁ ବିଳମ୍ବରେ ଓଟିପି ଆସିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଫଷ୍ଟୀକରଣ ରଖିଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) । ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଜିଓ,ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଆଇଡିଆ ବ୍ୟବହାର କରୁଛନ୍ତି ତେବେ ଚିନ୍ତା କରନ୍ତୁନାହିଁ । ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେନାହିଁ । ଏହି ଘୋଷଣା କରି ଗ୍ରାହକଙ୍କୁ ଆଶ୍ବସ୍ତ କରିଛି ଟ୍ରାଇ। ଏଥି ସହ ଗୁରୁତ୍ୱପୂର୍ଣ୍ଣ ମେସେଜ ଗୁଡିକ ବିଳମ୍ବ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ଟ୍ରାଇ। ନେଟ ବ୍ୟାଙ୍କିଂ ଓ ଆଧାର ଓଟିପି ପାଇବାରେ ବିଳମ୍ବ ହେବ ନାହିଁ । ତେବେ ଟ୍ରାଇ ଏହା ସ୍ବୀକାର କରିଛି ଯେ, ଡିସେମ୍ବର ପହିଲାରୁ ଟେଲିକମ କମ୍ପାନିଗୁଡିକ ମେସେଜ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ଦ୍ରୁତ ଗତିରେ ବଢୁଥିବା ସାଇବର ଠକେଇକୁ ନଜରରେ ରଖି ମେସେଜର ସୋର୍ସ ବା ଉତ୍ସକୁ ଜାଣିବା ପାଇଁ ଉଦ୍ୟମ କରାଯାଉଛି । ତେଣୁ ଡିସେମ୍ବର ୧ରୁ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହୋଇପାରେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବନାହିଁ । ଓଟିପି ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ ଏପରି କରାଯାଉଛି ।

    ମେସେଜ ଟ୍ରେସେବିଲିଟି କଣ: ସାଧରଣତଃ ଏହା ଏକ ସିଷ୍ଟମ ଯାହାକି ଟେଲିକମ ଅପେରଟର୍ମାନଙ୍କୁ ସାହାଯ୍ୟ କରେ, ବଲ୍କ ମେସେଜ ବା ଏଧିକ ସଂଖ୍ୟାରେ ମେସେଜ କେଉଁଠୁ ଆସିଛି ତାହା ଜାଣିବାରେ । ଏହାର ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଏହାଦ୍ୱାରା ଜଣାପଡିଯିବ କେଉଁଠୁ ଆସିଛି ଫେକ ମେସେଜ ଓ କିଏ କରିଛି ଏହି ମେସେଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    90 %
    0.8kmh
    100 %
    Tue
    27 °
    Wed
    25 °
    Thu
    26 °
    Fri
    26 °
    Sat
    26 °

    ସମ୍ବନ୍ଧିତ