Thursday, April 30, 2026
30.2 C
Odisha

    ଓଡ଼ିଶା ଇତିହାସରେ ପ୍ରଥମ ଥର ମିଡ ନାଇଟ ଶୋ’ ରେ ମୁକ୍ତିଲାଭ କଲା ବାବୁସାନଙ୍କ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୁତ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମିଡ୍ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’ । ଓଡ଼ିଶା ଇତିହାସରେ ପ୍ରଥମ ଥର ମିଡ ନାଇଟ ଶୋ’ ରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୁତ’। ଦର୍ଶକଙ୍କ ଉତ୍କଣ୍ଠାକୁ ଆଖିରେ ରଖି ଭୁବନେଶ୍ବରର ଶ୍ରୀୟା ହଲରେ ରିଲିଜ ପୂର୍ବରୁ ଏକ ‘ମିଡ ନାଇଟ ଶୋ’ ର ଆୟୋଜନ ହୋଇଥିଲା, ଯାହାକି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଗରୁ କେବେ ହୋଇ ନଥିଲା। ଏହି ଅଭିନବ ପଦକ୍ଷେପ ବା ପ୍ରମୋସନାଲ ଷ୍ଟ୍ରାଟେଜି ବେଶ ସଫଳ ହୋଇଛି । ଆଉ ରାଜଧାନୀରେ ମିଡନାଇଟ ଶୋର ଫିବର ମଧ୍ୟ ଦେଖିବାକୁ ମିଳିଥିଲା । ଲୋକେ ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଭିଡ଼ ଜମାଇଥିବା ବେଳେ ଶୋ’ ହାଉସଫୁଲ ରହିଥିଲା । ଏହି ଫିଲ୍ମ ଲୋକକଥା ଉପରେ ନିର୍ମାଣ କରି ଏବଂ ‘ଭୂତ’ ଶବ୍ଦ ସହିତ ଭୟକୁ ଯୋଡିବା ପାଇଁ, ବାବୁଶାନ ଫିଲ୍ମସ୍, ସିଦ୍ଧାର୍ଥ ମ୍ୟୁଜିକ୍ ସହିତ ମିଳିତ ଭାବରେ, ଏହି ହରର ଫିଲ୍ମ ‘ବୋଉ ବୁଟୁ ଭୂତ’ ରିଲିଜ ହୋଇଛି । ଟାଇଟଲ୍ ଘୋଷଣା ଭିଡିଓରେ, ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରଥମ ଥର ପାଇଁ ପରଦାରେ ସିଗାରେଟ ଟାଣୁଥିବାର ଦେଖାଯାଇଛି, ଯେତେବେଳେ ବାବୁଶାନଙ୍କ ବେକରେ ଏକ ଚେନ୍ ବାନ୍ଧିଛନ୍ତି। ସିଦ୍ଧାର୍ଥ ମ୍ୟୁଜିକ୍ ଦ୍ୱାରା ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିବା ଏହି ଭିଡିଓଟି ଓଡ଼ିଆ ସିନେମା ପ୍ରେମୀଙ୍କଠାରୁ ଢେର ସାରା ପ୍ରଶଂସା ପାଇଛି। ନିଜର ପ୍ରଶଂସଙ୍କୁ ଉତ୍ସାହିତ କରିବା ପାଇଁ ସୁପରଷ୍ଟାର ବାବୁସାନ ଏହି ମିଡନାଇଟ ଶୋରେ ଶ୍ରୀୟାରେ ପହଁଚିଥିବା ବେଳେ ଦର୍ଶକ ଭଲ ପାଇବାକୁ ନେଇ ଖୁସିବ୍ୟକ୍ତ କରିଥିଲେ । ଶ୍ରୀୟାର ସଫଳତା ତଥା ଅଗ୍ରିମ ସବୁ ଟିକେଟ ବିକ୍ରି ହୋଇଯିବା ପରେ ସ୍ୱାତୀ ସିନେପ୍ଲେକ୍ସ ଓ ବ୍ରହ୍ମପୁରର ପାୟଲ ହଲରେ ମଧ୍ୟ ଏକକାଳୀନ ଆଉ ୨ ଟି ‘ମିଡ଼ ନାଇଟ ଶୋ’ ରଖାଯାଇଛି । ରାତି 12ଟାରେ ଭୂତ ସିନେମାର ରୋମାଞ୍ଚ ଓ ମଜା ନେଇଛନ୍ତି ଦର୍ଶକ ।

    ତେବେ ବାବୁସାନ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ ସାରା ଓଡିଶାରେ 61 ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବାବେଳେ ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଓଲିଉଡ଼ର ସୁପରଷ୍ଟାର ବାବୁଶାନ୍ ମହାନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତରପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି । ଏଥିସହ ଏଥିରେ ପ୍ରଥମ ଥର ପାଇଁ ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଗୀତ ଗାଇଛନ୍ତି । ତାଙ୍କର ସୁନ୍ଦର ଅଭିନୟ ସହ ଗୀତାର କେମେଷ୍ଟ୍ରି ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

    ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ । ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଡିଓପି ଅଛନ୍ତି ରୁଦ୍ରକାନ୍ତ ସିଂ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ ଜେନା । ପ୍ରକାଶ ଫିଲ୍ମସ ଏହାର ବିତରଣ ଦାୟିତ୍ୱ ବହନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ