Monday, April 20, 2026
30.2 C
Odisha

    ଓଡ଼ିଶା ଏକ ପର୍ବତ ଅର୍ଥନୀତି: ପିକେ ପଣ୍ଡା

    ଆଗକୁ ପଢନ୍ତୁ

    କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ଫେବ୍ରୁଆରି ୧୨ ତାରିଖରେ ସୁନାବେଡ଼ାସ୍ଥିତ ଏହାର କ୍ୟାମ୍ପସରେ ‘ସ୍ଥାୟୀ ଜୀବିକା, ଖାଦ୍ୟ ନିରାପତ୍ତା ଓ ଗ୍ରାମୀଣ ପରିବର୍ତନ ମାଧ୍ୟମରେ ବିକଶିତ ଭାରତ ପାଇଁ ମିଲେଟ୍ ଶୀର୍ଷକ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସ୍ଏସ୍ଆର)ର ଭିଜନ୍ ବିକଶିତ ଭାରତ ଉପରେ ମିଳିତ ଗବେଷଣା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଆହ୍ୱାନ ଅଧୀନରେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହ ପ୍ରଫେସର ଡ. ମିନତି ସାହୁଙ୍କ ନେତୃତ୍ୱରେ ଗବେଷକ ଦଳକୁ ୨୩ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଆନୁକୂଲ୍ୟରେ ଏହି ଆଲୋଚନାଚକ୍ର ଆୟୋଜିତ ହେଉଅଛି।ଉଦ୍‌ଘାଟନୀ ମଞ୍ଚରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଆଇସିଏସଏସଆରର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଜେକେ ବଜାଜ; ନୀତି ଆୟୋଗର ବରିଷ୍ଠ ଅର୍ଥନୀତିଜ୍ଞ ଡ. ପ୍ରଭାକର ସାହୁ, ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ ଆୟୋଗର ଅର୍ଥନୈତିକ ଉପଦେଷ୍ଟା ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ଓ ଅର୍ଥନୀତି ବିଭାଗର ପ୍ରଫେସର ତଥା ଜାତୀୟ ଆଲୋଚନାଚକ୍ରର ଅଧ୍ୟକ୍ଷ ପ୍ରଫେସର ରଥୀ କାନ୍ତ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

    ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ଜେକେ ବଜାଜ ଓଡ଼ିଶା ପ୍ରାକୃତିକ ସମ୍ପଦ, ଜଳ ଓ ମାଟିରେ ସମୃଦ୍ଧ ହୋଇଥିଲେ ମଧ୍ୟ ଉତ୍ପାଦକତାରେ ଦୁର୍ବଳ ବୋଲି ବର୍ଣ୍ଣନା କରିବା ସହ ଗବେଷଣାକ୍ଷେତ୍ରରେ ଏହି ସମସ୍ୟାର ସମାଧାନ କରିବାକୁ ବିଶ୍ବବିଦ୍ୟାଳୟକୁ ପରାମର୍ଶ ଦେଇଥିଲେ । ପ୍ରଫେସର ପିକେ ପଣ୍ଡା ଓଡ଼ିଶାକୁ ଏକ ପର୍ବତ ଅର୍ଥନୀତି ବୋଲି ବର୍ଣ୍ଣନା କରିଥିଲେ।

    ଏହି ଅବସରରେ କୋରାପୁଟର ଓଡ଼ିଶାର ମିଲେଟ୍ କୁଇନ୍ ଡ. ରାଇମତୀ ଘିଉରିଆଙ୍କୁ ମଣ୍ଡିଆକୁ ଲୋକପ୍ରିୟ କରିବାରେ ଅବଦାନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ମୀନତି ସାହୁ ଓ ଡ. ସୌରଭ ଗୁପ୍ତାଙ୍କ ଦ୍ବାରା ସମ୍ପାଦିତ ସ୍ମାରକୀ ‘ବୁକ୍ ଅଫ୍ ଆଇଡିଆସ୍’କୁ ବିଶିଷ୍ଟ ବ୍ୟକ୍ତିମାନେ ଉନ୍ମୋଚନ କରିଥିଲେ। ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ସହ ପ୍ରାଧ୍ୟାପକ ତଥା ଆବାହକ ଡାକ୍ତର ସୌରଭ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

    ଏହି ଆଲୋଚନାଚକ୍ରରେ ପଦ୍ମଶ୍ରୀ ଡ. ଖାଦର ଭାଲି, ମିଲେଟ୍ ମ୍ୟାନ୍ ଅଫ୍ ଇଣ୍ଡିଆ, ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ସ ରିସର୍ଚ୍ଚର ଡାକ୍ତର ଅନୁରାଧା ନର୍ଲା; ମହାରାଷ୍ଟ୍ରର ନନ୍ଦୁରବାରସ୍ଥିତ ଡକ୍ଟର ହେଡଗେୱାର କୃଷି ବିଜ୍ଞାନ କେନ୍ଦ୍ରର ଡାକ୍ତର ରାଜେନ୍ଦ୍ର ଡାହାତୋଣ୍ଡେ; ଜଗଦଲପୁରସ୍ଥିତ ଏସ୍ ଏମ୍ କେ ବସ୍ତର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରଫେସର ଏସ୍ କେ କୋଲେ; ଓଡ଼ିଶା ଅର୍ଥନୈତିକ ସଂଘର ସଭାପତି ପ୍ରଫେସର ରବି ନାରାୟଣ ପାତ୍ର ଓ କୋରାପୁଟର କୋଟ୍ସର ଡ ପିସି ମହାପାତ୍ର ଆଦି ବିଶିଷ୍ଟ ବକ୍ତାମାନେ ଯୋଗ ଦେଇଥିଲେ।

    ଉଦ୍‌ଯାପନୀ ଅଧିବେଶନରେ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା-ଏକାଡେମିକ ଓ ପ୍ରଶାସନ ତଥା ଭାଗଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଭିସି ଝା ଉପସ୍ଥିତ ଥିଲେ। ସେମିନାରରେ ୨୫ଟି ଗବେଷଣା ପତ୍ର ଉପସ୍ଥାପନ କରାଯାଇଥିଲା ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    32 %
    1.1kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ