Saturday, September 26, 2026
28.5 C
Odisha

    କଇଁଚି ପାଇଁ ବିମାନବନ୍ଦରରେ ଆତଙ୍କ:୩୬ ବିମାନ ବାତିଲ

    ଆଗକୁ ପଢନ୍ତୁ

    ଜାପାନର ନୂଆ ଚିଟୋସ ବିମାନବନ୍ଦରରେ ଏକ କଇଁଚି ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ସାମାନ୍ୟ କଇଁଚି ପାଇଁ ୩୬ଟି ବିମାନ ବାତିଲ କରାଯାଇଥିବା ବେଳେ ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ଜାପାନର ଏହି ବିମାନବନ୍ଦର କଡ଼ା ସୁରକ୍ଷା ପାଇଁ ବେଶ୍‌ ଜଣାଶୁଣା। ବିମାନବନ୍ଦର ଭିତରେ ଥିବା ଏକ ଖୁଚୁରା ଦୋକାନରୁ କଇଁଚି ଗାଏବ ହୋଇଯାଇଥିବା ଦୋକାନରୁ ସୂଚନା ଦିଆଯାଇଥିଲା। ଏହା ପରେ ଖୋଜା ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ଅତି କମରେ ଦୁଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ବିସିସିଆଇର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାରୁ ବିମାନବନ୍ଦରରେ ଯାତ୍ରୀଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା। ଏପରିକି ଅନେକ ଯାତ୍ରୀଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିଲା। ଏଥିରେ ଅନେକ ଯାତ୍ରୀ ପ୍ରଭାବିତ ହେବା ସହ ନିରାଶ ମଧ୍ୟ ହୋଇଥିଲେ। ତେବେ ନିଖୋଜ କଇଁଚି ସେହି ଦୋକାନରୁ ମିଳିଥିଲା। ଯେଉଁଠୁ ଏହା ହଜିଥିବା କୁହାଯାଉଥିଲା। କଇଁଚି ମିଳିବା ପରେ ମଧ୍ୟ ଅଧିକାରୀମାନେ ସେହି କଇଁଚି କି ନୁହେଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି। ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.5 ° C
    28.5 °
    28.5 °
    78 %
    3.4kmh
    68 %
    Sat
    29 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ