Friday, October 16, 2026
26.1 C
Odisha

    ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ

    ଆଗକୁ ପଢନ୍ତୁ

    ତାଳଚେର: ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ । ୪ ଟନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୧୭ ଲକ୍ଷ ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେର ଡାଇମଣ୍ଡ ଗ୍ରୁପ । ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା କରି ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଏକ ଟ୍ରକରେ ଏହି ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା ।

    ପରେ ପରେ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନିଲାମ ଡ଼କାଯାଇଥିଲା । ଏକ ଲକ୍ଷରୁ ନିଲାମ ଡାକରା ଆରମ୍ଭ ହୋଇଥିବା ବେଳେ ୧୭ ଲକ୍ଷ ଟଙ୍କାରେ ଡାଇମଣ୍ଡ ଗ୍ରୁପ ଏହାକୁ ନିଲାମରେ ନେଇଥିଲେ । ନିଲାମ ଡାକରାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ତାଳଚେର ଉପଜିଲ୍ଲାପାଳ ଓ ଏସଡିପିଓ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ