Sunday, June 1, 2025
27.3 C
Odisha

    କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: କ୍ବାର୍ଟରରେ ଇଣ୍ଟର କାଶୀ ଓ ମୁମ୍ବାଇ ସିଟି ଏଫ୍‌ସି

    ଆଗକୁ ପଢନ୍ତୁ

    କଟକ : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କଳିଙ୍ଗ ସୁପରକପ ଫୁଟବଲ ଚମ୍ପିଆନସିପ୍‌-୨୦୨୫ର କ୍ବାର୍ଟର ଫାଇନାଲରେ ଇଣ୍ଟର କାଶୀ ଓ ମୁମ୍ବାଇ ସିଟି ଏଫ୍‌ସି ପ୍ରବେଶ କରିଛନ୍ତି। ବୁଧବାର ୫ମ ଓ ୬ଷ୍ଠ ପ୍ରି କ୍ବାର୍ଟର ଫାଇନାଲ ଖେଳାଯାଇଥିଲା। ଏଥିରେ ଇଣ୍ଟରକାଶୀ ଓ ମୁମ୍ବଇ ସିଟି ଏଫ୍‌ସି ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ବେଙ୍ଗାଲୁରୁ ଏଫ୍‌ସି ଓ ଚେନ୍ନୟିଇନ୍‌ ଏଫ୍‌ସି ବିଦାୟ ନେଇଛି।
    ପଞ୍ଚମ ପ୍ରି କ୍ବାର୍ଟର ଫାଇନାଲରେ ଇଣ୍ଟରକାଶୀ ପେନାଲ୍ଟି ୧-୧(୫-୩ ) ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରି କ୍ବାର୍ଟର ଫାଇନାଲ​‌େ​‌ର ପହଞ୍ଚିଛି। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିବାରୁ ପେନାଲ୍ଟିର ଆଶ୍ରୟ ନିଆଯାଇଥିଲା। ଏଥିରେ ଇଣ୍ଟରକାଶୀ ୫-୩ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲ।। ନିର୍ଦ୍ଧାରିତ ସମୟ ତଥା ଖେଳର ୧୪ ମିନିଟ୍‌ରେ ମାତିଜା ବାଭୋଭିକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୬୨ ମିନିଟ୍‌ରେ ବେଙ୍ଗାଲୁରୁ ଏଫ୍‌ସି ଗୋଲ ବରାବର କରି ନେଇଥିଲା। ଦଳ ପକ୍ଷରୁ ରିୟାନ ୱିଲିୟମ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଷଷ୍ଠ କ୍ବାର୍ଟର ଫାଇନାଲରେ ମୁମ୍ବଇ ସିଟି ଏଫ୍‌ସି ୪-୦ ଗୋଲରେ ଚେନ୍ନଇୟିନ୍‌ ଏଫ୍‌ସିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଛିା ମୁମ୍ବଇ ସିଟି ଏଫ୍‌ସି ପକ୍ଷରୁ ୪୩ ମିନିଟ୍‌ରେ ଏନ୍‌ କାରଲିସ୍‌, ୬୪ ମିନିଟ୍‌ରେ ଲାଲରିନଜୁଆଲା ଚେଙ୍ଗେଟ୍‌ ଦ୍ବିତୀୟ ଓ ୮୬ ମିନିଟ୍‌ରେ ତୃତୀୟ ଗୋଲ୍‌ ଦେଇଥିଲେ। ୯୦ ମିନିଟ୍‌ରେ ବିପିନ ସିଂହ ଚତୁର୍ଥ ଗୋଲ ଦେଇ ମୁମ୍ବଇ ସିଟି ଏଫ୍‌ସିକୁ ୪-୦ରେ ବିଜୟୀ କରାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ