Tuesday, September 22, 2026
23.5 C
Odisha

    କାଲି ଶ୍ରାବଣ ପ୍ରଥମ ସୋମବାର: ଜଳଲାଗି କରିବେ ଭକ୍ତ, କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ମହାଦେବଙ୍କୁ ଜଳଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା,କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
    ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ Fire fighting unit ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ସିସିଟିଭି ରହିଛି। କଣ୍ଟ୍ରୋଲ ରୁମ ମଧ୍ୟରୁ ଏସବୁକୁ ମନିଟର କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.5 ° C
    23.5 °
    23.5 °
    94 %
    0.5kmh
    100 %
    Mon
    24 °
    Tue
    27 °
    Wed
    27 °
    Thu
    24 °
    Fri
    28 °

    ସମ୍ବନ୍ଧିତ