Wednesday, October 23, 2024
21.7 C
Odisha

    କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ: ମୁହଁ ଖୋଲିଲେ ବିଜେପି ରାଜ୍ୟ ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ଭାବେ କ୍ଷମତା ଉପଭୋଗ କରିଆସୁଥିବା ବିଜେଡିର ବିଜୟ ରଥକୁ ଚଳିତ ନିର୍ବାଚନରେ ଅଟକାଇଛି ବିଜେପି । ବିଧାନସଭା ନିର୍ବାଚନରେ ମୋଟ ୧୪୭ଟି ଆସନରୁ ବିଜେପି ୭୮ଟିରେ ଜିତି ବହୁମତ ହାସଲ କରିଥିବା ବେଳେ ବିଜେଡି ମାତ୍ର ୫୧ଟିରେ ଅଟକି ଯାଇଥିଲା । ବିଜେଡିର ଏହି ଅପ୍ରତ୍ୟାଶିତ ପରାଜୟରେ କେବଳ ଓଡ଼ିଶା ନୁହେଁ, ସାରା ଦେଶ ହତବାକ୍ ହୋଇଯାଇଥିଲା ।

    ତେବେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଜୁନ୍ ୧୦ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ନିର୍ବାଚନ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ଆସନ୍ତା ୯ ତାରିଖରେ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେଣୁ ଏହି ସ୍ୱଳ୍ପ ସମୟ ମଧ୍ୟରେ କିପରି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯିବ ତାହା ଏକ ବଡ଼ ପ୍ରଶ୍ନ ।
    ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ଅନେକ ହେଭିୱେଟ ରହିଛନ୍ତି । ରାଜନୈତିକ ଫାଇଦା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ରାଜ୍ୟର ଜନତା ମୈଦାନରେ ଶପଥ ଗ୍ରହଣ ଉତ୍ସବ ପାଳନ କରାଯିବ । ଜଣେ ଓଡ଼ିଆ ପୁଅ ଯିଏ ଓଡ଼ିଆ ସ୍ପଷ୍ଟ ଭାବେ ଉଚ୍ଚାରଣ କରିପାରୁଥିବେ, ଓଡ଼ିଆ ବୁଝିପାରୁଥିବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ସେହିପରି ଦଳର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ