Saturday, July 5, 2025
24.2 C
Odisha

    ‘ମୋ ବସ୍‌’କୁ ପଛପଟୁ ପିଟିଲା ଟ୍ରକ୍‌ : ୧୦ରୁ ଅଧିକ ଗୁରୁତର

    ଆଗକୁ ପଢନ୍ତୁ

    କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ‘ମୋ ବସ୍‌’କୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ଟ୍ରକ୍‌। ବସଟି ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଟ୍ରକ୍‌ଟି ଧକ୍କା ଦେଇଛି। ଯାହା ଫଳରେ ୧୦ରୁ ଅଧିକ ଯାତ୍ରୀ ଚାପି ହୋଇ ଗୁରୁତର ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

    ମିଳିିଥିବା ସୂଚନା ଅନୁସାରେ ଅପରାହ୍ନ ୪ ଟା ସମୟରେ ‘ମୋ ବସ୍‌’ଟି ଭୁବନେଶ୍ଵରରୁ କଟକ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନିୟ ବାସିନ୍ଦା ଓ ପଥଚାରୀ ମାନେ ବସ ଭିତରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନସ ଦ୍ଵାରା କଟକ ବଡ଼ ମେଡିକାଲ ପଠାଇଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କ ମଧ୍ୟରେ କିଛି ମହିଳା ଓ ନାବାଳକ ରହିଥିବା ଜଣାପଡିଛି। କଟକ ସଦର ପୁଲିସ ଓ ଟ୍ରାଫିକ ଥାନା ପୁଲିସ ପହଁଚି ଟ୍ରାଫିକ କ୍ଲିୟର କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ