Saturday, March 14, 2026
38.1 C
Odisha

    କୂଅରୁ ହାତୀ ଉଦ୍ଧାର

    ଆଗକୁ ପଢନ୍ତୁ

    କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନଖଣ୍ଡ ପରଲସିଙ୍ଗା ପଞ୍ଚାୟତର ସୌରାପଦର୍‌ରେ ଏକ ହାତୀ କୂଅରୁ ଉଦ୍ଧାର ହୋଇଛି । ଗୋଠରୁ ହାତୀଟି ଅଲଗା ହୋଇ ଖେତ ଭିତରେ ଥିବା ଏକ ଛୋଟ କୂଅରେ ପଶିଯାଇଥିଲା । ପାଣି ଥିବାରୁ ହାତୀ ଯେତେ ଚେଷ୍ଟା କଲେ ମଧ୍ୟ ବାହାରି ପାରି ନ ଥିଲା । ଗ୍ରାମବାସୀ ଏହା ଜାଣିବା ପରେ କେସିଙ୍ଗା ବନ ବିଭାଗକୁ ଖବର ଦେଇଥିଲେ । କେସିଙ୍ଗା ରେଞ୍ଜର ପ୍ରଭାବତୀ ସେଠୀ ବନବିଭାଗର ପ୍ରାୟ ୫୦ ଜଣିଆ ଉଦ୍ଧାରକାରୀ ଦଳ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଉଦ୍ଧାର କରିଥିଲେ । ହାତୀଟି କୂଅରୁ ବାହାରି ବଜ୍ରଗଡ ଜଙ୍ଗଲକୁ ପକାଇଥିଲା । ସୂଚନାଯୋଗ୍ୟ, ୧୫ ଦିନରୁ ଅଧିକ ହେଲାଣି ୩୦ ଟିକିଆ ହାତୀପଲ ଅଞ୍ଚଳର ପରଲସୀଙ୍ଗା, ଡୁମେରମୁଣ୍ଡା, ପୋଡଖମ୍ୱ, ସିରୋଲ ଆଦି ଅଞ୍ଚଳରେ ଏକର ଏକର ଧାନ ଓ କପା ଚାଷ ନଷ୍ଟ କରୁଛନ୍ତି । ବନବିଭାଗ ହାତୀ ପଲକୁ ଜଙ୍ଗଲମୁହାଁ କରି ପାରୁନାହିଁ । ଏହା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ହାତୀ ପାଇଁ ଅନେକ ଅଞ୍ଚଳରେ ରାତିରେ ବିଦ୍ୟୁତ୍ ବିଭାଗକୁ ଲାଇନ କାଟିବାକୁ ପଡ଼ୁଛି । ଏହା ଫଳରେ ସମସ୍ୟା ଆହୁରି ଜଟିଳ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ