Saturday, May 16, 2026
38.2 C
Odisha

    କେଉଁଝରରେ ଚାଞ୍ଚଲ୍ୟ: କାକାର କଟାମୁଣ୍ଡ ଧରି ଫାଣ୍ଡିରେ ପହଞ୍ଚିଲା ପୁତୁରା

    ଆଗକୁ ପଢନ୍ତୁ

    କେଉଁଝର : କେଉଁଝର ସଦର ଥାନା ତଳ କଇଁସାରି ଗାଁରେ ଘଟିଛି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ ନେଇ ପୁତୁରା କବି ଦେହୁରୀ ସମ୍ପର୍କୀୟ କକା ହରି ଦେହୁରୀଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ମୁଣ୍ଡକୁ ଧରି ଶୁଆକାଟୀ ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।

    ସୂଚନା ଅନୁସାରେ ଗତକାଲି ରାତିରେ ଗାଁରେ ଦଣ୍ଡ ନାଚ ଚାଲିଥିଲା। ଗାଁରେ ସମସ୍ତେ ନାଚ ଦେଖିବାରେ ମସଗୁଲ ଥିବା ବେଳେ ଘରୋଇ କଳିରେ ରାଗ ରଖିଥିବା ପୁତୁରା କବି ଦେହୁରୀ କକା ହରି ଦେହୁରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ରାତି ୧୦ଟା ପାଖାପାଖି ସମୟରେ ସୁଯୋଗ ଦେଖି ଗାଁ ପାଖ ବିଲମାଳିରେ କକା ହରିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁତୁରା କବି। ଏହା ପରେ କକାର କଟା ମୁଣ୍ଡ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଥିଲା।

    ଖବର ପାଇ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତ ପୁତୁରାକୁ ପଚରାଉଚରା କରୁଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.2 ° C
    38.2 °
    38.2 °
    30 %
    1.5kmh
    64 %
    Sat
    41 °
    Sun
    42 °
    Mon
    45 °
    Tue
    47 °
    Wed
    45 °

    ସମ୍ବନ୍ଧିତ