Thursday, September 24, 2026
23.9 C
Odisha

    କେରଳରେ ଫସିଥିବା ଦୁଇ ଓଡ଼ିଆ ଡାକ୍ତର ଖୁବ୍ ଶୀଘ୍ର ଉଦ୍ଧାର ହେବେ: ସୁରେଶ ପୂଜାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେରଳରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ  ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ସେ କହିଛନ୍ତି, କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି। ଓଡ଼ିଶାର ଦୁଇ ପରିବାର ଫସିଛନ୍ତି। ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିନାହିଁ, ହେଲେ ତାଙ୍କ ପତ୍ନୀମାନେ ଚିକିତ୍ସିତ ହେଉଛନ୍ତି ।ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି। ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ। ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି, ତାଙ୍କ ପରିବାର ସହ ସରକାର ଅଛନ୍ତି। ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ। ଆଶା କରୁଛି ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.2kmh
    100 %
    Thu
    24 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ