Wednesday, September 23, 2026
24.1 C
Odisha

    ଭୁବନେଶ୍ୱର ୪ ନମ୍ବର ୱାର୍ଡ କର୍ପୋରେଟରଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବର ୪ ନମ୍ବର ୱାର୍ଡ କର୍ପୋରେଟରଙ୍କ ପରଲୋକ । ହୃଦଘାତରେ ସୁକୁମାର ସାହୁଙ୍କ ଦେହାନ୍ତ ହୋଇଛି । ଆଜି ହଠାତ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ବେଶ୍ ସକ୍ରିୟ ଥିଲେ । ତାଙ୍କ ଅଚାନକ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁକୁମାର ସାହୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବେଶ୍ ସକ୍ରିୟ ଭାବେ ଜଡ଼ିତ ଥିଲେ ।

    ୱାର୍ଡର ବିଭିନ୍ନ ସମସ୍ୟା ଓ ଲୋକଙ୍କ ଆବଶ୍ୟକତାକୁ ନେଇ ସେ କାର୍ଯ୍ୟ କରୁଥିଲେ । କର୍ପୋରେଟର ଭାବେ ନିଜ ୱାର୍ଡର ବିକାଶ ସହ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସେ ଗୁରୁତ୍ୱ ଦେଉଥିଲେ । ତାଙ୍କ ଅଚାନକ ବିୟୋଗରେ ପରିବାର, ବନ୍ଧୁବର୍ଗ, ସମର୍ଥକ ଓ ସ୍ଥାନୀୟ ଲୋକେ ମର୍ମାହତ ହୋଇଛନ୍ତି । ତାଙ୍କ ମୃତ୍ୟୁ ସ୍ଥାନୀୟ ରାଜନୈତିକ ଓ ସାମାଜିକ ମହଲରେ ମଧ୍ୟ ଶୋକର ବାତାବରଣ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    4.2kmh
    100 %
    Wed
    24 °
    Thu
    25 °
    Fri
    28 °
    Sat
    28 °
    Sun
    23 °

    ସମ୍ବନ୍ଧିତ