Tuesday, October 13, 2026
24.1 C
Odisha

    ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ, ୪ଟା ଯାଏଁ ଗୃହ ମୁଲତବି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ। ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା, ହଟ୍ଟଗୋଳ ଦେଖାଯାଇଛି। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି। ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଦେଖାଯାଇଛି। ସେହିପରି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡି ନାରାବାଜି କରିଛି। ଏହାପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି। ପାଠ୍ୟପୁସ୍ତକରେ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।

    ପ୍ରଶ୍ନକାଳରେ କୃଷି, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ଏବଂ ମତ୍ସ୍ୟ ଏବଂ ପଶୁ ସମ୍ପଦ ଭଳି ବିଭାଗରେ ପ୍ରଶ୍ନୋତ୍ତର ରହିଥିଲା। ମାତ୍ର ପ୍ରଶ୍ନକାଳ ସ୍ୱଭାବିକ ହୋଇପାରି ନାହିଁ। ଗତକାଲି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବହି ତ୍ରୁଟି ଏବଂ ଏମଏମଡିଆର ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ