Tuesday, October 13, 2026
24.9 C
Odisha

    ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣା, ଓଲଟିଲା କଦଳୀ ବୋଝେଇ ଟ୍ରକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଜୟଦେବ ବିହାର ଓଭରବ୍ରିଜ୍ ଉପରେ  ଓଲଟିଲା କଦଳୀ ବୋଝେଇ ଟ୍ରକ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଯାଜପୁର କୁଆଖିଆ ଅଭିମୁଖେ ଯାଉଥିବା ବେଳେ କଦଳୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଟ୍ରକ୍ ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିବାରୁ ରାସ୍ତା ଉପରେ ବିଛାଡ଼ି ହୋଇପଡ଼ିଛି ଟ୍ରକରେ ଥିବା କଦଳୀ।

    ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ ଟ୍ରକ୍ ଟି ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ଆଗରେ ଏକ ବୋଲେରୋ ଯାଇଥିଲା । ବୋଲେରୋକୁ ଏଡ଼ାଇବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ରାସ୍ତା ଉପରେ କଦଳୀ ପଡ଼ିଯିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଆହତ ଟ୍ରକ୍ ଡ୍ରାଇଭରକୁ ଉଦ୍ଧାର କରିଥିଲା । କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତା କଡ଼କୁ ନିଆଯାଇଛି । ପିସିଆର ଓ ପୁଲିସ କର୍ମଚାରୀ ରାସ୍ତାରେ ପଡ଼ିଥିବା କଦଳୀଙ୍କୁ ସଫା କରିଥିଲେ । ପରବର୍ତ୍ତୀ ସମୟରେ ଯାତାୟାତ ସ୍ବାଭାବିକ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ