Saturday, July 27, 2024
24.6 C
Odisha

    କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମୁକ୍ତି ଦେଇଥାଏ ବାଇଗଣ

    ଆଗକୁ ପଢନ୍ତୁ

    ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ । ଅନେକ ଓୗଷଧିୟ ଗୁଣରେ ଭରପୁର ବାଇଗଣ । ଏହାକୁ ଖାଇବା ଦ୍ବାରା ଆମେ ଅନେକ ରୋଗରୁ ମୁକ୍ତି ପାଇଥାଉ । ତେବେ ଆସନ୍ତୁ ଜାଣିବା ବାଇଗଣ ଖାଇବାର ଉପକାରିତା ।

    ବାଇଗଣରେ ଭରପୁର ମାତ୍ରାରେ ଫାଇଭର ଥିବାବେଳେ କ୍ୟାଲୋରୀ କମ୍ ଥାଏ । ଏଥିରେ ମ୍ୟାଗ୍ନେସିୟମ୍ , ମାଙ୍ଗାନିଜ୍, ପୋଟାସିୟମ୍ , ତମ୍ବା ପରି ପୁଷ୍ଟିକର ଉପାଦାନ ରହିଛି । ଯାହା ଆମ ହାଡକୁ ମଜବୁତ କରେ ।

    ଯଦି ଆମେ ଏହାକୁ ପ୍ରତିଦିନ ଆମ ଖାଦ୍ୟରେ ଖାଉ , ତେବେ ଏହା ହଜମ ପ୍ରକ୍ରିୟାରେ ସହାୟକ ହେବା ସହ ରକ୍ତରେ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କାରୁ ଏହା ମୁକ୍ତି ଦେଇଥାଏ । ଆଜିକାଲି ଲୋକମାନେ ଖୁବ୍ କମ ବୟସରେ ହୃଦଘାତର ଶିକାର ହେଉଛନ୍ତି । ବାଇଗଣରେ ଅନେକ ପ୍ରକାରର ଭିଟାମିନ୍ , ବିଟା କାରୋଟିନ୍ , ପଲିଫେନୋଲ ଆଦି ରହିଥାଏ । ଯାହା ହାର୍ଟରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହେବାକୁ ଦିଏନାହିଁ । କୋଷ୍ଠକାଠିନ୍ୟ ଏବଂ କୋଲେଷ୍ଟ୍ରଲରୁ ମଧ୍ୟ ମୁକ୍ତି ଦେଇଥାଏ ବାଇଗଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ