Tuesday, February 17, 2026
22.8 C
Odisha

    ଖାଉଟିଙ୍କୁ କନ୍ଦାଇଲାଣି ଆଳୁ, ପିଆଜ ଦର; ସରକାର ନିରବ

    ଆଗକୁ ପଢନ୍ତୁ

    ତାରିଖ ୨୧ ଅଗଷ୍ଟ ୨୦୨୪। ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ମାସାଧିକ କାଳ ଏହି ସମସ୍ୟା ଲାଗିରହିଲା। ଓଡ଼ିଶାରେ ଆଳୁ ଦର ହୁ’ହୁ’ ହୋଇ ବଢ଼଼ିଲା। ଖାଉଟି ସର୍ବାଧିକ କିଲୋ ପିଛା ୮୦ ଟଙ୍କା ଦେଇ ଆଳୁ କିଣିଲେ। ଶେଷରେ ଠିକ୍‌‌ ମାସ ପରେ ଅର୍ଥାତ୍‌‌ ସେପ୍ଟେମ୍ବର ୨୧ରେ ବଙ୍ଗ ବ୍ୟବସାୟୀଙ୍କ ଚାପରେ ସରକାର ରପ୍ତାନୀ କଟକଣା ହଟାଇଲେ। କେତେକ ସର୍ତ୍ତ ଓ ପୂର୍ବାପେକ୍ଷା ଉଚ୍ଚା ଦାମ୍‌‌ରେ ଓଡ଼ିଶା ବ୍ୟବସାୟୀ ଆଳୁ ଆମଦାନୀ କଲେ। ଏହାପରେ ପୁଣି ମାସେରୁ ଅଧିକ ସମୟ ହେଲାଣି କଟକଣା ଲାଗିଛି ଯେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରୁନି। ଫଳରେ ବ୍ୟବସାୟୀମାନେ ଗଳାବାଟରେ ଆମଦାନୀ କରୁଛନ୍ତି। ଏହାଦ୍ୱାରା ପରିବହନ ଖର୍ଚ୍ଚ ଦୁଇଗୁଣ ଦେବାକୁ ପଡ଼ୁଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ୁଛି। ସେହିଭଳି ସେପ୍ଟେମ୍ବର ତୃତୀୟ ସପ୍ତାହରୁ ପିଆଜ ଦର ୩୦ ଟଙ୍କାରୁ ବଢ଼଼ି ୫୦-୬୦ରେ ପହଞ୍ଚିଥିଲେ ବି ସରକାର ନିୟନ୍ତ୍ରଣକୁ ଆଣିପାରୁନାହାନ୍ତି। ଉଭୟ ଆଳୁ ଓ ପିଆଜ ଓଡ଼ିଶା ଲୋକଙ୍କ ଖାଦ୍ୟ ଥାଳିର ପ୍ରମୁଖ ଖାଦ୍ୟ। ଦରବୃଦ୍ଧି ଯୋଗୁଁଁ ସାଧାରଣ ଗରିବ, ଖାଉଟି ନାକରେ କାନ୍ଦିଲେଣି। ତଥାପି ସରକାରଙ୍କ ଚେତା ପଶୁନି।

    ପୂର୍ବରୁ ତିରୋଟ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼଼ିଛି। ହେଲେ ଲଗାତର ୫ ମାସ ଧରି ରାଜ୍ୟବାସୀ କେବେ ଏଭଳି ଦରବୃଦ୍ଧିର ସାମ୍ନା କରିନାହାନ୍ତି। ଆଳୁ ଓ ପିଆଜର ଦରବୃଦ୍ଧି ଚଳିତଥର ସର୍ବକାଳୀନ ବୋଲି ବ୍ୟବସାୟୀଙ୍କ ମହଲରେ ଆଲୋଚନା ହେଉଛି। ତେଣୁ ଏହାକୁ ରୋକିବା ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଫେଲ୍‌‌ ମାରିଥିବା ଉଭୟ ଖାଉଟି ଓ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ପାଇକାରୀ ବଜାରରେ ୨୩ରୁ ୨୮ ଟଙ୍କା ଭିତରେ ରହୁଛି। ତେଣୁ ଖୁଚୁରା ବଜାରରେ ସର୍ବାଧିକ ୩୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବା କଥା। ହେଲେ ଦୁଃଖର ବିଷୟ ୪୦ରୁ କମ୍‌‌ ଟଙ୍କାରେ କୋଉଠି ବି ଆଳୁ ମିଳୁନି। ସେହିଭଳି ବିଭିନ୍ନ କିସମ ପିଆଜର ପାଇକାରୀ ଦର ୨୫ରୁ ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଖୁଚୁରା ବଜାରରେ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀଙ୍କ କହିବାନୁସାରେ, ନୂଆ ଆଳୁ ଅମଳ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଆଳୁ କିଲୋ ୨୫ ଟଙ୍କାରେ ବିକ୍ରି ହେବା କଥା। ହେଲେ ଲଗାତର ଦର ୮୦ ପ୍ରତିଶତ ଉଚ୍ଚାରେ ଖାଉଟି କିଣୁଛନ୍ତି। ସେହିଭଳି ପିଆଜ ମଧ୍ୟ ୩୦ରୁ ୩୫ ଟଙ୍କାରେ ବିକ୍ରି ହେଲେ ଗ୍ରାହକ କିଣିବାକୁ ସକ୍ଷମ ରଖିବେ। ହେଲେ ଲଗାତର ଦୀର୍ଘ ସମୟ ଧରି ସାଧାରଣ ଲୋକ ଦୁଇ ଗୁଣ ଅଧିକ ଅର୍ଥ ଦେଇ ଖାଦ୍ୟ ସାମଗ୍ରୀ କିଣୁଥିଲେ ହେଁ ସରକାରଙ୍କ କୌଣସି ପଦକ୍ଷେପ ନେଉନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସରକାର ତୁରନ୍ତ ଏହା ଉପରେ ନୀତିଗତ ନିଷ୍ପତ୍ତି ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ