Monday, October 12, 2026
21.2 C
Odisha

    ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ମେସରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାରିପଦାର ଭଞପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷୀ ଠାରେ ଥିବା ମୟୂରଭଞ୍ଜ ସ୍କୁଲ ଅଫ ଇଞ୍ଜିନିୟରିଂ କଲେଜର ୩ୟ ବର୍ଷ ମେକାନିକାଲ ଇଞ୍ଜିନିୟର ଛାତ୍ରର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ବିଶୋଇ ଅଂଚଳର ବୁଦ୍ଧାଦିତ୍ୟ ନାୟକ। ସେ ଲକ୍ଷ୍ମୀପୋଷି ଠାରେ ଥିବା ଘରୋଇ ମେସରେ ରହୁଥିଲେ। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ଭଞପୁର ଥାନା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ପୁଅ ସହ ଶେଷଥର ପାଇଁ କଥା ହୋଇଥିବା ବାପା କହିଛନ୍ତି । ଫୋନ୍‌ରେ ବାଲାନ୍ସ ସରିଯାଇଥିବାରୁ ସାଙ୍ଗ ଫୋନ୍‌ରୁ ବାପାଙ୍କ ସହ କଥା ହୋଇଥିଲେ । ସେପଟେ ଗତାକାଲି ରାତିରେ ଫୋନ୍‌ରେ ଝଗଡ଼ା କରୁଥିବା କହିଛନ୍ତି ସହପାଠୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ