Thursday, September 17, 2026
30 C
Odisha

    ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ପ୍ରକଳ୍ପ : ଓଡ଼ିଶାର ଦୀର୍ଘତମ ଟନେଲର ଫିଟିଲା ବାଟ

    ଆଗକୁ ପଢନ୍ତୁ

    ବୌଦ୍ଧ : ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । କେବଳ ଓଡିଶା କାହିଁକି ଇଷ୍ଟକୋଷ୍ଟ ରେଳ ବିଭାଗର ସବୁଠାରୁ ବଡ ଟନେଲର ଫିଟିଛି ବାଟ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧ ଜିଲା ଆଡେଣୀଗଡ ଠାରେ ନିର୍ମାଣଧୀନ ୪ କିମି ୧୮୫ ମିଟର ଦୁରତା ବିଶିଷ୍ଟ ସବୁଠାରୁ ବଡ ଟନେଲ ର ହୋଇଛି ବ୍ରେକ ଥ୍ରୋ ।

    ନିର୍ମାଣ ଆରମ୍ଭ ଦିନଠାରୁ ଟନେଲ ଖୋଲିବା ପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନଥିବାବେଳେ ଅତି ଯତ୍ନର ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଦିନରାତିକୁ ଏକ କରି କାମ କରୁଥିଲେ । ଓଡିଶାର ସବୁଠାରୁ ବଡ ଟନେଲ ଦେଇ ପୁର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରିବ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ । ପ୍ରାୟ ଭୁମି ଠାରୁ ୮୦ ମିଟର ତଳେ ଯାଇଥିବା ଏହି ଟନେଲ ର ଉଭୟ ପାଶ୍ୱର୍ରୁ ବାଟ ଫିିଟିବା ପରେ ଟନେଲ କାମ ଏକ ପ୍ରକାର ୫୦ ପ୍ରତିଶତ ସରିଥିବା କୁହାଯାଉଛି । ସୁଚନାଥାଉ କି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପରେ ସମୁଦାୟ ୭ ଟି ଟନେଲ ରହିଥିବା ବେଳେ ସେଥିମଧ୍ୟରୁ ନୟାଗଡ ଜିଲାରେ ୩ ଟି ଏବଂ ବୌଦ୍ଧ ଜିଲାରେ ୪ ଟି ଟନେଲ ରହିଛି । ଜିଲାରେ ଥିବା ୪ ଟି ଟନେଲ ମଧ୍ୟରୁ ପୁର୍ବରୁ ୩ ଟି ଟନେଲର ବ୍ରେକ ଥ୍ରୋ ହୋଇସାରିଥିବାବେଳେ ବୃହତମ ଟନେଲରେ ହାଲୁକା ମାଟି ପଡିଥିବାରୁ କାମ ସାମାନ୍ୟ ଧିମେଇ ଚାଲିଥିଲା ।

    ଆଜି ବିଧିବଦ୍ଧ ଭାବେ ଇଷ୍ଟକୋଷ୍ଟ ରେଳ ବିଭାଗର ଜେନେରାଲ ମ୍ୟାନେଜର,ଚିଫ ଇଞ୍ଜିନିୟର,ସିଇଓ,ଡେପୁଟି ଚିଫ ଇଞ୍ଜିନିୟର, ଏବଂ ଟନେଲ କାମ ହାତକୁ ନେଇଥିବା ଜିଆଇଆରଏଲ ନାମକ ଠିକା ସଂସ୍ଥାର ଭାଇସ ଚ୍ୟାରପରସନ ଆର,କେ ଖଲିଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିରେ ସୁଇଚ ମାରି ବ୍ଲାଷ୍ଟି କରି ବ୍ରେକଥ୍ରୋ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ