Monday, October 5, 2026
23.3 C
Odisha

    ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଗୁରୁତ୍ୱ ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର , ୨୭/୦୮: ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଆହୁରି ଉଚ୍ଚତର ସୋପାନକୁ ନେବ ବୋଲି କହିଛନ୍ତି । ସାରା ଦେଶରେ ଗବେଷଣା କ୍ଷେତ୍ରରେ ସଚ୍ଚୋଟତା ନିମନ୍ତେ ଗବେଷକମାନଙ୍କ କାର୍ଯ୍ୟକୁ ସୁଗମ ଓ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ମାସଠାରୁ ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ରିସର୍ଚ୍ଚ ଟୁର-୨୦୨୪ କାର୍ଯ୍ୟକ୍ରମ ଦ୍ୱାରା ଗବେଷକମାନଙ୍କ ନିମନ୍ତେ ସାରା ଦେଶରେ ‘ରାଇଜ୍ ରୋଡ୍‌ଶୋ’, କର୍ମଶାଳା ଏବଂ ବିଭିନ୍ନ ଜ୍ଞାନଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
    ଏହି ଅବସରରେ ଶ୍ରୀମତି ପରିଡ଼ା କହିଥିଲେ ଯେ ଏହି ସମ୍ମିଳନୀ କେବଳ ଏକ ଶୈକ୍ଷିକ କାର୍ଯ୍ୟକ୍ରମ ନୁହେଁ ବରଂ ଗବେଷଣା କ୍ଷେତ୍ରରେ ନୈତିକ ଉତ୍କର୍ଷତା ନିମନ୍ତେ ଆଲୋଚନା, ସହଯୋଗିତା ଓ ଉଦ୍‌ଭାବନର ଦ୍ୱାରକୁ ଉନ୍ମୁକ୍ତ କରିଛି ।
    ଏଭଳି ପଦକ୍ଷେପ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ଉଦ୍ଦେଶ୍ୟ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ମେଳ ଖାଉଛି ବୋଲି ପ୍ରକାଶ କରି ଶ୍ରୀମତି ପରିଡ଼ା କହିଥିଲେ ଯେ ବର୍ତମାନ ଦେଶରେ ବିଭିନ୍ନ ପ୍ରସଙ୍ଗର ସମାଧାନର ବାଟ ବାହାର କରିବା ନିମନ୍ତେ ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ସ୍ପ୍ରିଞ୍ଜର ନେଚର, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଏବଂ ସୋଆ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅନେକ ଗବେଷକ ଏବଂ ଶିକ୍ଷାବିତମାନେ ଯୋଗ ଦେଇଥିଲେ ।
    ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ, ସ୍ପ୍ରିଞ୍ଜର ନେଚର ଗ୍ରୁପ୍‌ର ସଭାପତି (ଗବେଷଣା) ଶ୍ରୀ ଷ୍ଟିଭେନ୍ ଇନ୍‌ଚକୁମ୍ବେ, ବିଟ୍‌ସ ପିଲାନୀର ନିର୍ଦ୍ଦେଶକ ପ୍ରଫେସର ସୁଧୀର କୁମାର ବରାଇ, ଆଇସିଏସ୍‌ଏସ୍‌ଆର୍‌ର ମେମ୍ବର ସେକ୍ରେଟାରୀ ପ୍ରଫେସର ଧନଞ୍ଜୟ ସିଂ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସ୍ପ୍ରିଞ୍ଜର ନେଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭେଙ୍କଟେଶ ସର୍ବସିଦ୍ଧି, ସୋଆର ସେଂଟର ଫର୍ କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏବଂ ସୋଆ ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ