Monday, May 25, 2026
42.7 C
Odisha

    ଗୁଣି ସନ୍ଦେହ, ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୁଣି ଗାରେଡିର ସନ୍ଦେହ କରି ଗୋଟିଏ ପରିବାରର ୫ ଜଣଙ୍କୁ ହାଣିଦେଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଟା ଥାନା କ୍ଷେତ୍ରର ଇତକଲ ଗାଁରେ । ତେବେ ସମସ୍ତଙ୍କୁ ଗୁଣି ଗାରେଡି ସନ୍ଦେହ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀ ସେମାନଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବା ବେଳେ ୨ଜଣ ପୁରୁଷ ରହିଛନ୍ତି। ତେବେ ଅଭିଯୋଗକାରୀଙ୍କୁ କାଣ୍ଟା ପୋଲିସ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ତେବେ ଏହି ହତ୍ୟାକାଣ୍ଡ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏନେଇ ସୁକମା ଏସପି କିରଣ ଚହ୍ବାନ କହିଛନ୍ତି, ରବିବାର ସକାଳେ ଏହି ହତ୍ୟାକାଣ୍ଡ ହୋଇଛି । ଗୁଣି ଗାରେଡି ସନ୍ଦେହରେ ପାଞ୍ଚଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏତକଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ମଧ୍ୟ ଅପରାଧୀ ଗ୍ରାମରେ ହିଁ ଥିଲେ । ୫ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ପ୍ରକୃତ ଘଟଣା ତଦନ୍ତ ଶେଷ ହେବା ପରେ ସାମ୍ନାକୁ ଆସିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.7 ° C
    42.7 °
    42.7 °
    13 %
    2.8kmh
    40 %
    Mon
    41 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ