Saturday, July 27, 2024
24.6 C
Odisha

    ଘରୋଇ ସ୍କ୍ରବ ବ୍ୟବହାର କରି ଓଠକୁ କରନ୍ତୁ ନରମ

    ଆଗକୁ ପଢନ୍ତୁ

    ମୁହଁର ସୌନ୍ଦର୍ଯ୍ୟରେ ଓଠର ଏକ ପ୍ରମୁଖ ଭୂମିକା ରହିଛି । ଓଠ ଯଦି ନରମ ଓ ଆକର୍ଷଣୀୟ ରୁହେ ତେବେ ତାହା ମୁହଁର ସୌନ୍ଦର୍ଯ୍ୟକୁ ବହୁ ଗୁଣା ବଢ଼ାଇ ଦେଇଥାଏ । ବିଶେଷ ଭାବେ ଶୀତ ଦିନରେ ବାହାରର ଥଣ୍ଡା ପବନ ବାଜି ଓଠ ଅଧିକ ଫାଟିବା ସହ ରୁକ୍ଷ ହୋଇଯାଏ । ବେଳେ ବେଳେ ତ ରକ୍ତ ବି ବାହାରିଥାଏ । ବହୁ ଜଣ ଏଥିପାଇଁ ଲିପବାମର ପ୍ରୟୋଗ କରିଥାନ୍ତି । କିନ୍ତୁ ଏହାର ପ୍ରଭାବ ବି ମାତ୍ର କିଛି ସମୟ ପାଇଁ ହିଁ ରହିଥାଏ । ଏହି ଋତୁରେ ହିଁ ଏହାର ଯତ୍ନ ନେବା ନିହାତି ଦରକାର । ନିୟମିତ ଭାବେ ଓଠକୁ ସ୍କ୍ରବ କଲେ ଓଠ ସଫା ରହିବା ସହ ନରମ ମଧ୍ୟ ରହିଥାଏ ।

    ୧. ଗୋଟେ ଚାମଚ ବାଦାମ ତେଲରେ କିଛି ଓଟ୍ସ ଭଲ ଭାବେ ମିଶାନ୍ତୁ । ଏହି ସ୍କ୍ରବ ଟିକୁ ହାଲୁକା ହାତରେ ନିଜ ଓଠରେ ମାଲିସ କରନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ସପ୍ତାହକୁ ଅତି କମରେ ଦୁଇ ରୁ ତିନି ଥର କଲେ ବହୁତ ଶୀଘ୍ର ଆପଣଙ୍କ ଓଠ ସୁନ୍ଦର ଦେଖାଯିବା ସହ ଆକର୍ଷଣୀୟ ମଧ୍ୟ ଲାଗିବ ।

    ୨. କିଛି ଚିନି ଦାନାରେ କେଇ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣଟି ଭଲ ଭାବେ ମିଶିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ପରେ ସଫା ଓଠରେ ଏହାକୁ ଭଲଭାବେ ମାଲିସ କରନ୍ତୁ । ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଓଠର ଡେଡ଼ ସ୍କିନ ବାହାରିଯିବ ।

    ୩. ଗୋଟେ ଚାମଚ ଅଲିଭ ଅଏଲରେ କିଛି କଫି ପାଉଡର ମିଶାନ୍ତୁ । ଏହାକୁ ନିଜ ଓଠରେ ହାଲ୍କା ଆଙ୍ଗୁଠିରେ ମାଲିସ କରନ୍ତୁ । କିଛି ସମୟ ଭିତରେ ଫରକ ଜାଣି ପାରିବେ ।

    ୪. କିଛି ଡାଲଚିନି ଗୁଣ୍ଡରେ ଗୋଟେ ଚାମଚ ମହୁ ମିଶାନ୍ତୁ । ଏହା ମଧ୍ୟ ଓଠ ପାଇଁ ଏକ ଉତ୍ତମ ସ୍କ୍ରବ ପରି କାମ କରିଥାଏ । ଓଠକୁ ଆକର୍ଷଣୀୟ ଓ ନରମ କରିବା ପାଇଁ ନିୟମିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ