Sunday, May 24, 2026
35.4 C
Odisha

    ଚୁଇଙ୍ଗମ୍ ଓ ବବୁଲଗମକୁ ସମାନ ବୋଲି ଆଦୌ ଭାବନ୍ତୁ ନାହିଁ, ଜାଣନ୍ତୁ ଏମାନଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ

    ଆଗକୁ ପଢନ୍ତୁ

    ଛୋଟ ଛୁଆଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥାଏ ଚୁଇଁଗମ । କାରଣ କଥାରେ ଅଛି  ଚୁଇଁଗମ ଚୋବାଇଲେ ଟେନସନ ଫ୍ରି ହେବା ସହ ରିଲାକ୍ସ ମଧ୍ୟ ଲାଗିଥାଏ  । ଅଧିକାଂଶ ଲୋକ କାର୍ଯ୍ୟର ଚାପ ହ୍ରାସ କରିବା, ମୁହଁର ବ୍ୟାୟାମ କରିବା, ନିଦ ଭାଙ୍ଗିବା, ଭୋକ କମାଇବା ଭଳି ଅନେକ କାରଣ ପାଇଁ ଚୁଇଙ୍ଗମ୍ ଖାଇବାକୁ ପସନ୍ଦ କରନ୍ତି । ଅଧ୍ୟୟନରୁ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଚୁଇଙ୍ଗର ଅନେକ ଲାଭ ରହିଛି । କିନ୍ତୁ ଏହା ଦ୍ୱାରା ହୋଇଥିବା ଅନେକ କ୍ଷତି ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଏଥି ସହିତ, ଅଧିକାଂଶ ଲୋକ ଯେଉଁମାନେ ପ୍ରତିଦିନ ଚୁଇଙ୍ଗମ୍ ଚୋବାନ୍ତି ସେମାନେ ମଧ୍ୟ ଏହାକୁ ଖାଇବା ପାଇଁ ସଠିକ୍ ଉପାୟ ବିଷୟରେ ଜାଣି ନାହାଁନ୍ତି ଏବଂ ସେମାନେ ଜାଣିଶୁଣି ଅନେକ ସମସ୍ୟାକୁ ନିଜେ ନିମନ୍ତ୍ରଣ କରୁଛନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ପାନ, ସିଗାରେଟ ଭଳି ଖରାପ ଅଭ୍ୟାସଠାରୁ ଦୂରେଇ ରହିବା ପାଇଁ ଚୁଇଙ୍ଗମ୍ ଚୋବାଇଥାଆନ୍ତି ।

    ପାଟି ସଫା ରଖିବାକୁ ଏହା ଭଲ ବିକଳ୍ପ ବୋଲି କିଛି ଲୋକ ଭାବିଥାଆନ୍ତି । ଦାନ୍ତରେ ଲାଗି ରହିଥିବା କିଛି ଜିନିଷକୁ ଏହା ସାହାଯ୍ୟରେ ବାହାର କରି ଦେଇଥାଆନ୍ତି । କିନ୍ତୁ ଏହାର ଅତ୍ୟଧିକ ସେବନ ଜବା ରୋଗ ସୃଷ୍ଟି କରିପାରେ । ସାଧାରଣତଃ ଆମେ ଚୁଇଙ୍ଗମ୍ ଏବଂ ବବୁଲଗମକୁ ସମାନ ବୋଲି ଭାବିଥାଉ । ହେଲେ ଏହା ମଧ୍ୟରେ ପାର୍ଥକ୍ୟ ରହିଛି । ଆଜି ଆମେ ଆପଣଙ୍କୁ ଏହା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଜଣାଇବୁ ।

    ସାଇନ୍ସ ଡାଇରେକ୍ଟଙ୍କ ରିପୋର୍ଟ ଅନୁଯାୟୀ ଚୁଇଙ୍ଗମ୍ ପାଟି ସଫା କରିବା ଏବଂ ନିଶ୍ୱାସକୁ ସତେଜ କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ବବୁଲ ଗମକୁ ଚୋବାଇ ଫୋଟକା ବାହାର କରାଯାଇଥାଏ । ଚୁଇଙ୍ଗମରେ ଏକ ଗମ୍ ବେସ୍ ଥାଏ । ଯେଉଁଥିରେ ମିଠା ସହିତ ଏସିଡ୍ ମଧ୍ୟ ଥାଏ । କିନ୍ତୁ ଚୁଇଙ୍ଗମ୍ ଅପେକ୍ଷା ବବୁଲ ଗମରେ ଅଧିକ ଗମ୍ ବେସ୍ ଥାଏ । ଚୁଇଙ୍ଗମର ସ୍ବାଦ ସ୍ପେୟାରମିଣ୍ଟ ବା ପିପରମେଣ୍ଟ ଭଳି ଲାଗୁଥିବାବେଳେ ବବୁଲଗମରେ ସ୍ବାଦ ଷ୍ଟ୍ରବେରୀ, ବ୍ଲୁବେରୀ କିମ୍ବା ଅଙ୍ଗୁର ଭଳି ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.4 ° C
    35.4 °
    35.4 °
    25 %
    1kmh
    0 %
    Sun
    45 °
    Mon
    45 °
    Tue
    46 °
    Wed
    46 °
    Thu
    46 °

    ସମ୍ବନ୍ଧିତ