Monday, October 5, 2026
21.7 C
Odisha

    ଚର୍ଚ୍ଚାରେ ତୁର୍କୀର ଏହି ସୁଟର

    ଆଗକୁ ପଢନ୍ତୁ

    ପ୍ୟାରିସ : ପ୍ୟାରିସ ଅଲିମ୍ପିକ୍ସରୁ ଭାରତର ସୁଟର ସ୍ୱପ୍ନିଲ କୁସାଲେ ୫୦ ମିଟର ଏୟାର ରାଇଫଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି, କିନ୍ତୁ ସୁଟିଂ ଇଭେଣ୍ଟର ଆଉ ଜଣେ ପ୍ରତିଯୋଗୀଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଛି । ସେ ହେଉଛନ୍ତି ତୁର୍କୀର ସୁଟର ୟୁସୁଫ ଡିକେକ୍ । ଏହି ୫୧ ବର୍ଷୀୟ ସୁଟର ବଲିଉଡ୍ ହିରୋ ଭଳି ଆସିଥିଲେ। ନା ସେ କୌଣସି ସୁରକ୍ଷା ଉପକରଣ ପିନ୍ଧିଥିଲେ, ନା ଆଖିରେ ଲେନ୍ସ ପିନ୍ଧିଥିଲେ । ସେ ଗୋଟିଏ ହାତ ନିଜ ପକେଟରେ ପୁରାଇଥିଲେ ଓ ଅନ୍ୟ ହାତର ନିଜର ପିସ୍ତଲ ଧରି ଟାର୍ଗେଟକୁ ଲକ୍ଷ୍ୟ କଲେ ଓ ସୁଟ କରି ରୌପ୍ୟ ପଦକ ଜିତିଗଲେ । ଏହି ସମୟରେ ଆଖିରେ କେବଳ ସେ ନିଜର ନିୟମିତ ଚଷମା ପିନ୍ଧିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ସୁଟିଂ ଇଭେଣ୍ଟରେ ସାଧାରଣତଃ ଯେତେବେଳେ ଜଣେ ଖେଳାଳି ଫ୍ଲୋରରେ ଓହ୍ଲାଇଥାନ୍ତି, ସେତେବେଳେ ସେ ଆଖି ଓ କାନରେ ସୁରକ୍ଷା ଉପକରଣ  ପିନ୍ଧିଥାନ୍ତି। ଏହି ଆକ୍ସେସରିଜ୍ ତାଙ୍କୁ ପ୍ରତିଯୋଗିତା ସମୟରେ ସଠିକ ଭାବରେ ଲକ୍ଷ୍ୟ ରଖିବାରେ ସାହାଯ୍ୟ କରେ। କିନ୍ତୁ ତୁର୍କୀର ଏହି ଅଭିଜ୍ଞ ସୁଟର ପ୍ୟାରିସ୍ ଅଲିମ୍ପିକ୍ସରେ ଏକ ଭିନ୍ନ ସଫଳତା ଦେଖାଇଥିଲେ। ୟୁସୁଫ ଡାଇକେକ୍ ବିନା କୌଣସି ଆକ୍ସେସରିଜ୍ରେ ଫ୍ଲୋରକୁ ଯାଇ ମିକ୍ସଡ୍ ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ରୌପ୍ୟ ପଦକ ଜିତିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ