Monday, February 17, 2025
19.3 C
Odisha

    ଚଳନ୍ତା ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଲୁଗାଁ : ବାଲୁଗାଁ ରେଳ ଷ୍ଟେସନରେ ଘଟିଛି ଅଘଟଣ । ଚଳନ୍ତା ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ବେଙ୍ଗାଳୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସରୁ ଓଲ୍ଲାହୁଥିବା ଅବସ୍ଥାରେ ଏପରି ଘଟିଛି ଅଘଟଣ । ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଘଟିଛି ଘଟଣା । ଯୁବକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ରୋପଡା ଗ୍ରାମର ସତ୍ୟବାଦୀ ସ୍ୱାଇଁ, ବୟସ ୪୪ ବର୍ଷ ।

    ସୂଚନା ଯୋଗ୍ୟ ଡିସେମ୍ବର ୨୭ରେ ଚଳନ୍ତା ଟ୍ରେନ୍ ରୁ ଖସି ମାଆ ଓ ପୁଅ ଗୁରୁତର ହୋଇଥିଲେ । ଢେଙ୍କାନାଳ ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଓହ୍ଲାଇଲା ବେଳେ ଅଘଟଣ ଘଟିଥିଲା । ମା’ପୁଅ ପାସେଞ୍ଜର ଟ୍ରେନ ବଦଳରେ ଭୁଲରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢ଼ି ଯାଇଥିଲେ । ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କର ଓହ୍ଲାଇବାର ଥିଲା । କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ସେଠାରେ ଅଟକି ନଥିଲା । ଟ୍ରେନ ନ ଅଟକିବାରୁ ମା’ପୁଅ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ପୁଅର ଗୋଡ ବଗିର ଡୋର ନିକଟରେ ଖସି ଯାଇଥିଲା । ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡ଼ିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.3 ° C
    19.3 °
    19.3 °
    63 %
    2.5kmh
    0 %
    Sun
    19 °
    Mon
    35 °
    Tue
    36 °
    Wed
    37 °
    Thu
    36 °

    ସମ୍ବନ୍ଧିତ