Saturday, March 7, 2026
35.2 C
Odisha

    ଛାତ୍ରଛାତ୍ରୀ ପଢ଼ିବେ ଆବର୍ଜନା ପାଠ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆବର୍ଜନା ପରିଚାଳନା ଏବେ ଚିନ୍ତା ବଢ଼ାଇଛି। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଯେ ଛାତ୍ରଛାତ୍ରୀ ପଢିବେ  ଆବର୍ଜନା ପାଠ।କିିନ୍ତୁ ଏହା ସତ୍ୟ। ଏଣୁ ଶିଶୁଟିଏ ଶିଖିଲେ ଅଭିଭାବକ ଶିଖିବେ। ଅଭିଭାବକ ଶିଖିଲେ ସାରା ସହର ସଚେତନ ହେବା ଆଶା କରି ବିଏମ୍‌ସି ଏବେ ଆବର୍ଜନା ପାଠ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବାକୁ ଚିନ୍ତା କରିଛି। ଏଥିରେ ‘ଆବର୍ଜନା ଶୂନ୍ୟ ବିଦ୍ୟାଳୟ’ ଯୋଜନା ରହିଛି। ପ୍ରତିୱାର୍ଡରେ ଅତି କମ୍‌ରେ ଗୋଟିଏ ଲେଖାଏଁ ସ୍କୁଲ ଆବର୍ଜନା‌ ଶୂନ୍ୟ ହେବ। ସ୍କୁଲ୍‌ଗୁଡ଼ିକରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ଏନ୍‌ଜିଓ ନିଯୁକ୍ତ ହେବେ। ଛାତ୍ରଛାତ୍ରୀ କିଭଳି ବର୍ଜ୍ୟବସ୍ତୁ ହ୍ରାସ କରିବା ଅଭ୍ୟାସ, ପୁନଃଚକ୍ରଣ ପଦ୍ଧତି, ଓଦା ଅଳିଆରୁ ଜୈବିକ ଖତ ପ୍ରସ୍ତୁତି, ପ୍ଲାଷ୍ଟିକ୍‌ ବର୍ଜ୍ୟର ପୁନଃ ବ୍ୟବହାର ସମ୍ପର୍କରେ ଜାଣିବେ ତାହାର ବ୍ୟବସ୍ଥା ଏହି ଏନ୍‌ଜିଓ କରିବ। ସ୍କୁଲ୍‌ରେ ପ୍ରଧାନଶିକ୍ଷକଙ୍କୁ ତାଲିମ୍‌ ସହ ଶୂନ୍ୟ ଆବର୍ଜନା କମିଟି ଗଠନ ହେବ। ଏହି ସ୍କୁଲ୍‌ଗୁଡ଼ିକରେ କମ୍ପୋଷ୍ଟ କରିବା ପାଇଁ ପିଟି ନିର୍ମାଣ ସହ ସଟିଂ ବିନ୍‌, ନାପ୍‌କିନ୍‌ ନିଷ୍ପାଦନ ବ୍ୟବସ୍ଥା ବିଏମ୍‌ସି କରିବ।ଏହାଛଡା ଗ୍ରିନ୍‌ ସିଟି ମିସନ କାର୍ଯ୍ୟକ୍ଷମ କରିବା ପାଇଁ ନୀତି ପରିଚାଳନା ଓ ସରକାରୀ ବ୍ୟାପାର ମୁଖ୍ୟଙ୍କ ଚିଠି ଆଧାରରେ ଏକ ନୂଆ ଓ ଦୀର୍ଘ ମିଆଦି ପଦକ୍ଷେପ ସେଲ୍‌ ଗଠନ ପାଇଁ ଯୋଜନା ହୋଇଛି। ସହରରେ ଅଙ୍ଗାରକାମ୍ଳ ସାନ୍ଧ୍ରତାଚକୁୁ ହ୍ରାସ କରିବା ପାଇଁ ଅକ୍ଷୟ ଶକ୍ତିର ବିକାଶ ସହ ଶକ୍ତି ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ମିସନ କାର୍ଯ୍ୟକାରୀ କରିବା ପାଇଁ ଓରେଡା ଓ ଟିପିସିଓଡିଏଲ୍‌ କାର୍ଯ୍ୟକାରୀ ଏଜେନ୍‌ସି ଭାବେ କାମ କରିବେ। ପାର୍କ ଓ ଐତିହ୍ୟସ୍ଥଳ‌ରେ ସୌର ପିଭି ସିଷ୍ଟମ ପ୍ରତିଷ୍ଠା ହେବ। ରେସ୍କୋ ମଡେଲ୍‌ ଅନୂଯାୟୀ ଶୁଳ୍କ ଆଦାୟ ‌ହେବ। ଇଭି ଚାର୍ଜି ଷ୍ଟେସନ ପ୍ରତିଷ୍ଠା ପାଇଁ ବିଏମ୍‌ସି ସହଯୋଗ କରିବ। ଏହା ସହିତ ବିଭିନ୍ନ ବୈଦ୍ୟୁତିକ ଯାନ ବ୍ୟବହାର ଓ ପ୍ରୋତ୍ସାହନ ନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରଚାରପ୍ରସାର ହେବ। ଏଥିପାଇଁ ଜଣେ ନୋଡାଲ ଅଫିସର ମଧ୍ୟ ନିଯୁକ୍ତି ହେବେ।ୟୁଏନ୍‌ ହାବିଟାଟ୍‌ ବିଶ୍ବର ୯ ସହର ମଧ୍ୟକୁ ଭୁବନେଶ୍ବରକୁ ଚୟନ କରିଛି। ଏଠାରେ ସହରୀ ଜୀବନର ଗୁଣବତ୍ତା କିଭଳି ଅଛି ସେ ନେଇ ବିଭିନ୍ନ ବର୍ଗରେ ଅନୁଧ୍ୟାନ କରାଯିବା ପରେ ସହରକୁ ମାନ୍ୟତା ପ୍ରଦାନ କରାଯିବ। ଉତ୍ତମ ଗୁଣବତ୍ତାର ଜୀବନ ଯାପନ ଥିଲେ ଭୁବନେଶ୍ବର ସାରା ବିଶ୍ବରରେ ଏକ କିର୍ତ୍ତୀମାନ ସ୍ଥାପନ କରିବ। ଏଭଳି ଚିଠି ୟୁଏନ୍‌ ହାବିଟାଟ୍‌ ବି‌ଶେଷଜ୍ଞଙ୍କ ପାଖରୁ ଆସିବା ପରେ ବିଏମ୍‌ସି ତତ୍ପର ହୋଇଛି। ଏଥିପାଇଁ ଏକ ସ୍ଥାୟୀ ଇନିସିଏଟିଭ୍‌ ସେଲ୍‌ ଗଠନ ହୋଇଛି। ସହକାରୀ କମିସନର ଏନ୍‌. ଗଣେଶ ବାବୁଙ୍କୁ ଏହି ସେଲ୍‌ର ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହା ଭୁବନେଶ୍ବର ପାଇଁ ଗୌରବର କଥା ହୋଇଥିବାରୁ ଆଜି ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଡେପୁଟି କମିସନର(ଲିଗାଲ୍‌) ଙ୍କ ସମୀକ୍ଷା ପରେ ୟୁଏନ୍‌-ହାବିଟାଟ୍‌ ସହ ରାଜିନାମା ସ୍ବାକ୍ଷର ପାଇଁ ପ୍ରେରଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ