Thursday, April 16, 2026
42.9 C
Odisha

    ଛେଳି ଚୋରକୁ ପିଟିପିଟି ହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର  : ଛେଳି ଚୋରକୁ ପିଟିପିଟି ହତ୍ୟା । ରାଇରଙ୍ଗପୁରର ତିରିଂ ଥାନା ଇନ୍ଦକୋଳି ଗାଁରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ଗାଁର ୪ଜଣ ଛେଳି ଚୋର ୨ଟି ବାଇକରେ ଆସି ଛେଳି ଚୋରି କରୁଥିବା ବେଳେ ମାଡ଼ିବସିଲେ ଲୋକେ । ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୨ଜଣ ଲୋକଙ୍କ ହାବୁଡ଼ାରେ ପଡ଼ିଯାଇଥିଲେ । ଲୋକେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବାଇକ ଜାଳିଦେଲେ । ଖବରପାଇ ତିରିଂ ପୋଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବହଳଦା ଥାନା ବାସିଙ୍ଗି ଗ୍ରାମର ସନ୍ଦୀପ ବିନ୍ଧାଣି । ସେ ଜଣେ ନାବାଳକ । ନବମ ଶ୍ରେଣୀରେ ପାଠ ପଢୁଥିଲେ । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    9 %
    3.5kmh
    3 %
    Thu
    41 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ