Wednesday, June 24, 2026
26.8 C
Odisha

    ଛୋଟ ପିଲା ପାଟିରେ ଆଙ୍ଗୁଳି ପୁରାଇବା ଦ୍ୱାରା ଛୁଆଙ୍କ ଇମ୍ୟୁନିଟି ହୋଇଥାଏ ଷ୍ଟ୍ରଙ୍ଗ

    ଆଗକୁ ପଢନ୍ତୁ

    ଛୋଟପିଲା ପାଟିରେ ଆଙ୍ଗୁଠି ପୁରାଇ ଚୁଚୁମିବା ଗୋଟିଏ ସାଧାରଣ କଥା,ଏହାକୁ ଆମେ ଦେଖି ପିଲାଙ୍କ ପାଟିରୁ ହାତ କାଢିଦେଇଥାଉ। କଣ ଏଭଳି କରିବା ଜରୁରୀ ? ଆମେ ସାଧାରଣ ଭାବରେ ଭାବିଥାଉ ଯେ ଛୋଟ ପିଲା ପାଟିରେ ଆଙ୍ଗୁଳି ପୁରାଇବା ଦ୍ୱାରା ପେଟରେ ବିଭିନ୍ନ ଇନଫେକ୍ସନ ହୋଇଯାଇଥାଏ, ସେଥିପାଇଁ ଆମେ ପିଲାମାନଙ୍କର ଏହି ଅଭ୍ୟାସକୁ ଛଡ଼ାଇବାକୁ ଖୁବ ଚେଷ୍ଟା କରିଥାଉ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଛୋଟ ପିଲାମାନେ ପାଟିରେ ଆଙ୍ଗୁଳି ପୁରାଇ ଚୁଚୁମିବା ଦ୍ୱାରା ଛୋଟ ପିଲାଙ୍କୁ ଖୁବ ଲାଭ ମିଳିଥାଏ।

    ସେଲ୍ଫ ସୂଦୀଙ୍ଗ ପାଇଁ ଜରୁରୀ –
    ଛୋଟ ପିଲାମାନେ ଯେତେବେଳେ ପାଟିରେ ଆଙ୍ଗୁଠି ପୁରାଇ ଚୁଚୁମି ଥାଆନ୍ତି, ଏହା ଛୋଟ ଛୁଆଙ୍କ ପାଇଁ ଖୁବ ଭଲ, ଯେତେବେଳେ ଛୋଟ ପିଲା ପାଟିରେ ଆଙ୍ଗୁଳି ପୁରାଇ ଚୁଚୁମି ଥାଆନ୍ତି ଏହା ତାଙ୍କ ଶାନ୍ତି ଦେଇଥାଏ, ଏହା ଗୋଟିଏ ନେଚୁରାଲ ପ୍ରୋସେସ ଅଟେ।

    – ଜୱଏତେବେଳେ ଛୋଟ ପିଲାମାନଙ୍କର ଦାନ୍ତ ଉଠିଥାଏ, ସେହି ସମୟରେ ତାଙ୍କ ମାଢି ଶୁଳେଇ ହୋଇଥାଏ, ଏହି ସମୟରେ ଶିଶୁ ଆରାମ ପାଇବା ପାଇଁ ପାଟିରେ ଆଙ୍ଗୁଳି ପୁରାଇଥାଏ।

    – କିଛି ରାଶରଚ୍ଚ ଅନୁସାରେ ଛୋଟ ପିଲାମାନେ ପାଟିରେ ଆଙ୍ଗୁଳି ପୁରାଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ଖୁବ ଷ୍ଟ୍ରଙ୍ଗ ହୋଇଥାଏ, ଏହି ପ୍ରୋସେସ ଛୋଟ ପିଲାଙ୍କୁ ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ।

    – ନବଜାତ ଶିଶୁଙ୍କର ଏହି ଅଭ୍ୟାସ ପିଲାଙ୍କୁ ତାଙ୍କ ମୁଭମେଣ୍ଟ ବୁଝିବାରେ ସାହାଯ୍ୟ କରିଥାଏ ଏବଂ ପାଟି ଓ ହାତର କୋଅର୍ଡିନେସନ ଭଲ ରହିଥାଏ। ସେଥିପାଇଁ ସେମାନଙ୍କୁ ପାଟିରେ ଆଙ୍ଗୁଳି ପୁରାଇବାକୁ ଦେବା ଜରୁରୀ।

    – କିନ୍ତୁ ଯେଉଁ ସମୟରେ ଆପଣଙ୍କ ଶିଶୁ ୩ରୁ୪ ବର୍ଷ ହୋଇଯିବ ସେହି ସମୟରେ ଆପଣ ତାକୁ ପାଟିରେ ହାତ ପୁରେଇବାରୁ ଅଟକାଇବା ଜରୁରୀ। କାହିଁକିନା ଏହି ବୟସରେ ପାଟିରେ ହାତ ପୁରାଇବା ଦ୍ୱାରା ପାଟି ଓ ପେଟରେ ଇନଫେକ୍ସନ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.8 ° C
    26.8 °
    26.8 °
    78 %
    3.4kmh
    100 %
    Wed
    26 °
    Thu
    39 °
    Fri
    38 °
    Sat
    37 °
    Sun
    33 °

    ସମ୍ବନ୍ଧିତ