Monday, July 13, 2026
26.8 C
Odisha

    ଜବରଦସ୍ତ କାମରେ ନିୟୋଜିତ ହେଲେ କସ୍ତୁରବା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଛାତ୍ରୀ

    ଆଗକୁ ପଢନ୍ତୁ

    ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ଅଂଚଳରେ କିପରି ଆଦିବାସୀ ପିଲା ପାଠ ପଢି ଆଗକୁ ବଢିବେ ସେନେଇ ସରକାରଙ୍କର ବହୁ ଯୋଜନା ସହ ଅନୁସୂଚିତ ଜାତି ଓ ଜନଜାତି ମଂଗଳ ବିଭାଗ ମଧ୍ୟ ଖୋଲାଯାଇଛି। ପିଲାଙ୍କ ପାଠ ପଢାରେ ଉନ୍ନତି ପାଇଁ ସରକାର ସ୍ମାର୍ଟ କ୍ଲାସ ରୁମ ମଧ୍ୟ କଲେ। ହୋଷ୍ଟେଲଗୁଡିକରେ ପିଲା ଯେପରି ରହି ଭର ଖାଦ୍ୟ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି। କିନ୍ତୁ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପିଲାଙ୍କୁ ପାଠ ବଦଳରେ ବିଦ୍ୟାଳୟର ସମସ୍ତ କାମରେ ନିୟୋଜିତ କରାଯାଉଥିବା ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ। ଏଭଳି ଏକ ସଦ୍ୟତମ ଘଟଣା କ୍ରମରେ ଜିଲ୍ଲାର ଖଇରପୁଟ ବ୍ଲକର କୁମାରପୁଟ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ପାଠ ବଦଳରେ କିପରି ପୋକଡା ଚାଉଳ ବାଛିବା ପାଇଁ ଜବରଦସ୍ତ କାମରେ ନିୟୋଜିତ କରାଯାଉଛି, ତାହାର ଏକ ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ସଂଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ଛାତ୍ରୀମାନଙ୍କୁ ପୋକଡା ଚାଉଳ ବାଛିବାକୁ କୁହାଯାଉଛି।ଏହି ଚାଉଳ ବାଛିଲେ ହିଁ ତୁମକୁ ଖାଇବାକୁ ଦିଆଯିବ ବୋଲି କୁହାଯାଉଛି। କାମ କରିବାକୁ ମନା କଲେ ଧମକ ଦିଆଯାଉଛି। ପିଲା ସଂଧ୍ୟାରେ ପାଠ ପଢିବାର ବେଳ। କିନ୍ତୁ ପିଲାଙ୍କୁ ରାତିରେ ସବୁଦିନ ପୋକଡା ଚାଉଳ ବାଛିବାକୁ କୁହାଯିବାରୁ ପିଲାମାନେ ଅସହାୟ ହୋଇ କାମରେ ନିୟୋଜିତ ହେଉଥିବା କୁହାଯାଇଛି। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏମ.ଟୁଡୁଙ୍କୁ ପଚାରିବାରୁ ସେ ଏସଂପର୍କରେ ଜାଣିନଥିବା କହିଥିଲେ।ପ୍ରତିଦିନ ପିଲା ଚାଉଳ ବାଛିବା କାମରେ ନିୟୋଜିତ ହେଉଛନ୍ତି,କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଜାଣୁନାହାନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଏହା ଏଜୁକେସନ ବିଭାଗର ହୋଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ସାହୁଙ୍କୁ ପଚାରିବାରୁ ସେ ଏନେଇ ଅବଗତ ହେବା ପରେ ତୁରନ୍ତ ସ୍ଥାନୀୟ ବିଇଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିବା କହିଥିଲେ। ଏହି ଘଟଣା ପରେ ଛାତ୍ରୀଙ୍କ ଅଭିଭାବକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ଏଥିପାଇଁ ରୋଷେୟା ନିୟୋଜିତ ହୋଇଥିବା ବେଳେ କାହିଁକି ପିଲାଙ୍କୁ କାମରେ ନିୟୋଜିତ କରାଯାଉଛି ବୋଲି ପ୍ରଶ୍ନ କରାଯାଉଛି। ଏହାର ତଦନ୍ତ କରାଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    70 %
    1.8kmh
    100 %
    Mon
    33 °
    Tue
    30 °
    Wed
    31 °
    Thu
    35 °
    Fri
    31 °

    ସମ୍ବନ୍ଧିତ