Saturday, March 14, 2026
38.2 C
Odisha

    ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା

    ଆଗକୁ ପଢନ୍ତୁ

    ଶ୍ରୀନଗର : ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ୫ଟା ୩୫ ସମୟରେ ଜମ୍ମୁ ଏବଂ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ। ଏବଂ ଉପତ୍ୟକାରେ ଏହାର ଅବସ୍ଥିତି ଯୋଗୁଁ ଭୂମିକମ୍ପ ତୀବ୍ର ଭାବରେ ଅନୁଭୂତ ହୋଇଥିଲା। ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ପରେ ବାରାମୁଲ୍ଲାର ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ବର୍ତ୍ତମାନ୍ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

    ରବିବାର ଭୋର ପ୍ରାୟ ୪ଟା ସମୟରେ ବାଂଲାଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପଟି ୨୦ କିଲୋମିଟର ଗଭୀରତାରେ ଆସିଥିଲା । ​​ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା । ପୂର୍ବରୁ ବୁଧବାର ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ରିପୋର୍ଟ କରାଯାଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୦ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ