Sunday, March 15, 2026
34.6 C
Odisha

    ଜଳେଶ୍ୱର ଥାନାର ପୂର୍ବତନ IIC ଧନେଶ୍ୱର ସାହୁ ଗିରଫ

    ଆଗକୁ ପଢନ୍ତୁ

    ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତିନି ବର୍ଷ ହେବ ଫେରାର ଥିବା ଜଳେଶ୍ବର ଥାନାର ପୂର୍ବତନ ଆଇଆଇସିଙ୍କୁ କଟକ ଜିଲ୍ଲା ନରସିଂହପୁର ବଡଭୂଇଁ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
    ୨୦୨୦ ମସିହା ଅଗଷ୍ଟରେ ଧନେଶ୍ଵର ସାହୁ ଜଳେଶ୍ବର ଆଇଆଇସି ଥିବା ବେଳେ ଜଣେ ଡ୍ରଗ ମାଫିଆଙ୍କ ସ‌ହ ଡିଲ୍ କରିଥିବା ଅଭିଯୋଗ ହୋଇଥିଲା। ଏକ ଡିଲ୍ ନେଇ ଧନେଶ୍ଵର ଓ ଜଣେ ଡ୍ରଗ ମାଫିଆଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପର ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଅଡିଓ କ୍ଲିପରେ ଆଇଆଇସି ଧନେଶ୍ଵରଙ୍କ ସ୍ୱର ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ନିଲମ୍ବିତ କରିଥିଲେ ତତ୍କାଳୀନ ଡିଜିପି ଅଭୟ । ଧନେଶ୍ଵର ଅସତ ଉପାୟରେ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏ ନେଇ ଧନେଶ୍ଵରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ପରେ ସେ ଫେରାର ହୋଇଯାଇଥିଲେ । ତିନି ବର୍ଷ ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.6 ° C
    34.6 °
    34.6 °
    18 %
    1.5kmh
    87 %
    Sun
    34 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ