Tuesday, October 6, 2026
22.8 C
Odisha

    ସୋଆ କୃଷି ସଙ୍ଗମ -୨୦୨୪ର ଉଦ୍‌ଯାପନୀ ଉତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୫/୩ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌)ରେ ଚାଲିଥିବା କୃଷି ସଙ୍ଗମ- ୨୦୨୪ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଭାରତୀୟ କୃଷି ଅର୍ଥନୀତିରେ କୃଷକ ମାନଙ୍କର ସର୍ବବିଧ ବିକାଶ ଆବଶ୍ୟକ । ସ୍ଥାୟୀ କୃଷି ଓ ଜୀବିକା ନିରାପତା ଦିଗରେ କୃତିମ ବୃଦ୍ଧିମତାର ପ୍ରୟୋଗ ତଥା ଅତ୍ୟାଧୁନିକ ଜ୍ଞାନ କୌଶଳର ଭୂମିକା ଆଜିର ଯୁଗରେ ଗୁରୁ୍‌ତ୍ୱପୂର୍ଣ୍ଣ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଇମ୍ଫାଲ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅନୁପମ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆର ପ୍ରୋ- ଭାଇସ ଚାନସେଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ କୃଷି ସଙ୍ଗମ ଏକ ଅନନ୍ୟ ଓ ନିଆରା ମଂଚ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଭାବେ ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ତିନିଦିନ ଧରି ଚାଲିଥିବା କୃଷି ସଙ୍ଗମ -୨୦୨୪ରେ ଯୋଗ ଦେଇଥିବା ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଚକ୍ରରେ ଯେଉଁ ତଥ୍ୟ ଉପସ୍ଥାପନା କରାଯାଇଥିଲା ତାହାକୁ କିପରି କୃଷି କ୍ଷେତ୍ରରେ ଉପଯୋଗ କରିପାରିବେ ବୋଲି କହିଥିଲେ ।
    ଏହି କାର୍ଯ୍ୟକ୍ରମ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । କୃଷି ସଙ୍ଗମ ର ଆବାହକ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ମଂଚ ସଂଯୋଜନା କରିଥିଲେ । ଅତିଥି ମାନେ କୃଷି ପ୍ରଦର୍ଶନୀ ବୁଲି ଦେଖିବା ସହିତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
    ଏହି କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍ସବର ପ୍ରଥମ ଦିନରେ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡକ୍ଟର ଅଂଶୁମାନ ଜେନା ସଂଯୋଜନା କରିଥିବାବେଳେ ଡକ୍ଟର ଭୁବନାନନ୍ଦ ଅଧିକାରୀ, କୁମାର ସମ୍ଭବଗିରି, ଡକ୍ଟର ବିଜୟଲକ୍ଷ୍ମୀ ନାୟକ, ଡକ୍ଟର ରାକେଶ ଶତପଥୀ, ଡକ୍ଟର ଅଂଶୁମାନ ଖଣ୍ଡୁଆଳ, ଲୋପାମୁଦ୍ରା ମହାନ୍ତି, ଡକ୍ଟର ଅସିତ ପ୍ରସାଦ ଦାଶ, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ମାନସ ଦାସ, ଡକ୍ଟର ଦିପ୍ତନୁ ଦତ, ଡକ୍ଟର ଦେବାଶିଷ ହୋତା, ଡକ୍ଟର ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ଲାଂଟ ଫିଜିଓଲୋଜି ବିଭାଗର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    88 %
    1.5kmh
    2 %
    Tue
    22 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ