Thursday, September 17, 2026
30.6 C
Odisha

    ଜାତୀୟ ସ୍ତରରେ ଚମକିଲା ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଆଜି ନୂଆଦିଲ୍ଲୀ ଠାରେ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛି । ନୂଆଦିଲ୍ଲୀର ଡ. ବି.ଆର୍. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଥିଲେ। ଓଡିଶାର ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଚାରୋଟି ଉଲ୍ଲେଖନୀୟ କୋଠା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ କର୍ପୋରେଟ କାର୍ଯ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହର୍ଷ ମଲହୋତ୍ରା ପୁରସ୍କାର ପ୍ରଦାନ କରିବା ସହିତ ପୂର୍ତ୍ତ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବିଶ୍ୱକର୍ମା ପୁରସ୍କାର ନିର୍ମାଣ କ୍ଷେତ୍ରରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଅଟେ, ଯାହା ପ୍ରତିବର୍ଷ ନୀତି ଆୟୋଗ ଦ୍ୱାରା ଅଗ୍ରଣୀ ଏବଂ ଅଭିନବ ଢାଞ୍ଚା ଏବଂ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥାଏ। ପୁରସ୍କାର ହାସଲ କରିଥିବା ଏହି କୋଠାଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଓୟୁଏଟିର କୃଷକ ବୈଷୟିକ ପ୍ରଦର୍ଶନ କେନ୍ଦ୍ର, ପୁରୀର ହବିଷ୍ୟାଳି ଭବନ, ବରଗଡ଼ର କର୍କଟ ହସ୍ପିଟାଲ, ପାଣିକୋଇଲି ସ୍ଥିତ ଟ୍ରମା କେୟାର ହସ୍ପିଟାଲ ଅନ୍ତର୍ଭୁକ୍ତ। ନୀତି ଆୟୋଗ ଅଧୀନରେ ଥିବା ନିର୍ମାଣ ଶିଳ୍ପ ଉନ୍ନୟନ ପରିଷଦ (ସିଆଇଡିସି) ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ନିର୍ମିତ ଅସାଧାରଣ ଡିଜାଇନ୍ ପାଇଁ ଉପରୋକ୍ତ କୋଠାଗୁଡ଼ିକୁ ଚୟନ କରିଛି। ପୂର୍ବରୁ ସିଆଇଡିସିର ଏକ ଟିମ୍ ଓଡ଼ିଶାର ବିଭିନ୍ନ କୋଠା ପରିଦର୍ଶନ କରି କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ, ଉପଭୋକ୍ତାଙ୍କ ସହ ଆଲୋଚନା କରିବା ସହ ଶେଷରେ ଏହି ସମ୍ମାନଜନକ ପୁରସ୍କାର ପାଇଁ ଉପରୋକ୍ତ କୋଠାଗୁଡ଼ିକୁ ଚୟନ କରିଥିଲେ। ଏହି ପୁରସ୍କାର ଚୟନ ପାଇଁ ଡିଜାଇନ, ନିର୍ମାଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣରେ ଆହ୍ୱାନ, ସାଇଟ୍ ପ୍ରତିବନ୍ଧକ, ଅଭିନବ ଜ୍ଞାନକୌଶଳ, ନିର୍ମାଣରେ ଦକ୍ଷ ମାନବର ଉପଯୋଗ ଏବଂ ଦକ୍ଷ କଣ୍ଟ୍ରାକ୍ଟ ସିଷ୍ଟମ ଆଦି ବିଭିନ୍ନ ବିଷୟ ବିଚାରକ ମଣ୍ଡଳୀଙ୍କ ପ୍ରମୁଖ ମାନଦଣ୍ଡ ଥିଲା ।

    ଆନୁଷଙ୍ଗିକ ସୁବିଧା ଥିବା ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ୧୦୦୦ କ୍ଷମତା ବିଶିଷ୍ଟ ଓଡ଼ିଶାର ସର୍ବବୃହତ ବକ୍ତୃତା ଥିଏଟର। ସେହିପରି ପାଣିକୋଇଲିସ୍ଥିତ ଟ୍ରମା କେୟାର ହସ୍ପିଟାଲ ପୂର୍ବ ଭାରତର ସର୍ବବୃହତ ଟ୍ରମା କେୟାର କେନ୍ଦ୍ର, ଯେଉଁଠାରେ ଦୁର୍ଘଟଣା ଓ ପୋଡ଼ି ଯାଇଥିବା ଆଘାତର ବ୍ୟାପକ ଚିକିତ୍ସା ସୁବିଧା ପ୍ରଦାନ କରିଥାଏ । ସେହିଭଳି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ଆବାସ କେନ୍ଦ୍ର ହେଉଛି ପୁରୀ ସ୍ଥିତ ହାବିସ୍ୟାଳି ଭବନ, ଯେଉଁଥିରେ ପବିତ୍ର କାର୍ତ୍ତିକ ମାସରେ ପ୍ରାୟ ୧୭୦୦ ହବିଷ୍ୟାଳି ରହିବା ପାଇଁ ନିର୍ମାଣ କରାଯାଇଛି । ବରଗଡ଼ରେ ଥିବା କର୍କଟ ଚିକିତ୍ସାଳୟ ରେଡିଏସନ୍ ବଙ୍କର ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଭଳି ବ୍ୟାପକ କର୍କଟ ଚିକିତ୍ସା ସୁବିଧା ଥିବା ଏକ ଅଭିନବ କମ୍ପ୍ୟାକ୍ଟ୍ ନିର୍ମାଣ ଶୈଳୀ। ରାଜ୍ୟରେ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ବ୍ୟାପକ ତଥା ଉନ୍ନତ ଭିତ୍ତିଭୂମି ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସିଆଇଡିସି ଏବଂ ନୀତି ଆୟୋଗ ପ୍ରଶଂସା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ